ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶିବିର ଉଦଯାପିତ
ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ମହାବିଦ୍ୟାଳୟ ର ଶୀତ କାଳୀନ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅନୁଷ୍ଠିତ ସପ୍ତାହବ୍ୟାପି ଶୀତକାଳୀନ ସୂତନ୍ତ୍ର ଶିବିରର ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ ଅତିଥି ରୂପେ ପଳିବନ୍ଧ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ସମିତି ସଭ୍ୟ ଉଷାରାଣୀ ପ୍ରଧାନ, ଛାତ୍ର ବିଜେଡି ବ୍ଲକ ସଭାପତି ବାଦଲ ପ୍ରଧାନ,ୱାର୍ଡ ମେମ୍ବର ସଭ୍ୟ, ଗଂଜାମ ମହାବିଦ୍ୟାଳୟ ର ଆଧ୍ୟାପକ ଗଦାଧର ସାହୁ ଯୋଗଦେଇଥିଲେ l ବିଭିନ୍ନ ଦିବସରେ ସଫେଇ କାର୍ଯ୍ୟକ୍ରମ,ଶୀଶୁ କନ୍ୟାଭ୍ରୂଣ ହତ୍ୟା ରୋକିବା ନେଇ ସଚେତନତା ରାଲି,ଗଙ୍ଗଦେବୀ ମନ୍ଦିର ପରିସର ସଫେଇ, ପ୍ରଥପ୍ରାନ୍ତକ ନାଟକ ମଧ୍ୟମରେ ନିଶା ନିବାରଣ ସଚେତନତା, ସାମାଜିକ ଅର୍ଥନୈତିକ ସର୍ବେକ୍ଷଣ, ସାଇବର ଠକେଇ ଓ ସ୍ଵାସ୍ଥ୍ୟ ଓ ପରିମଳ ଉପରେ ସଚେତନତା ପ୍ରମୁଖ କାର୍ଯ୍ୟକ୍ରମ ଉପରେ ଲୋକଙ୍କୁ ସଚେତନତା କରାଯାଇଥିଲା lଜାତୀୟ ସେବା ଯୋଜନା ର ପୋଗ୍ରାମ ଅଫିସର ଡ଼ ସୁଶାନ୍ତ କୁମାର ସେଠୀ ଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନେ ସାମିଲ ହୋଇଥିଲେ l