ଗାତରେ ପଡି କୋମଳ ଶିଶୁର ମୃତ୍ୟୁ
କଲାହାଣ୍ଡି,(ୱାଇଏନ୍ଏସ୍): ଧର୍ମଗଡ ବ୍ଲକ କୋକସରା ଥାନା ଅନ୍ତର୍ଗତ ଛଞ୍ଚାଣବାହାଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଅଙ୍ଗଦ ଜୁଏଡ଼ଙ୍କ ୨ବର୍ଷୀୟ ଝିଅ ଖେଳୁଥିବା ଅବସ୍ଥାରେ ଏକ ଗାତ ଭିତରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ ଗତକାଲି ସନ୍ଧ୍ୟା ସମୟରେ ଅଙ୍ଗଦ ଓ ତାଙ୍କ ସ୍ତ୍ରୀ ଘର କାମ କରୁଥିବା ବେଳେ ଛୋଟ ଝିଅଟି ଦାଣ୍ଡ ଦୁଆରେ ଖେଳୁଥିଲା ତେବେ ସେଠାରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ନିର୍ମାଣ କରାଯାଉଥିବା ଏକ ୩/୪-ପୁଟର ବିମ୍ବ ଗାତରେ ପାଣି ଜମି ରହିଥିବା ବେଳେ କୋୖଣସି କାରଣରୁ ଶିଶୁଟି ପଡିଯାଇଥିଲା । ଏହାପରେ ପରିବାର ଲୋକେ ଦେଖି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନାକୁ ନେଇ ଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରି ପୋଲିସକୁ ଜଣାଇଥିଲେ । ତେବେ ପରିବାର ସୂତ୍ରରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି ।