ଗ୍ୟାସ ଟାଙ୍କି ଫାଟି ଏକ ମୃତ ଦୁଇ ଗୁରୁତର

ରାୟଗଡ଼ା,(ୱା ଏନ ଏସ):ରାୟଗଡାର ରାଣିଗୁଡ଼ା ଫାର୍ମ ସ୍ଥିତ ହାତୀ ପଥର ରୋଡ୍ ରେ ଏକ ଭଡ଼ା ଘରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଣେ ମୃତ ଓ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି।
ପ୍ରାପ୍ତ ଖବରରୁ ପ୍ରକାଶ କି ରାୟଗଡ଼ା ନଗରର ରାଣିଗୁଡ଼ା ଫାର୍ମ ର ହାତୀ ପଥର ରୋଡ ସ୍ଥିତ ଡି. ଶିବା(୩୪) ନାମକ ଏକ ରାଜ ମିସ୍ତ୍ରୀ ଘରର ଉପର ମହଲା ରେ ଧର୍ମା ମିନିଆକା(୨୮), ଦିନା ମିନିଆକା(୩୦) ନାମକ ଦୁଇ ବ୍ୟକ୍ତି ସ୍ବାମୀ ଆୟାପ୍ପା ମାଳା ଦୀକ୍ଷା ନେଇଥିଲେ ନିଜ ପୂଜା କର୍ମର ସାଧାରଣ ବ୍ୟବସ୍ଥା କରିବା ପାଇଁ ସେହି ଭଡ଼ା ଘରେ ରହୁଥିଲେ । ଏମାନେ ରାତ୍ର ଶୋଇବା ସମୟରେ ଗ୍ୟାସ୍ ସିଲିଣ୍ଡର୍ ଠିକ୍ ଭାବରେ ବନ୍ଦ୍ ନ କରି ଚାରିପଟେ କବାଟ ଝରକା ବନ୍ଦ୍ କରି ଶୋଇ ପଡ଼ିଥିଲେ ।ରାତିରେ ଗ୍ୟାସ୍ ଲିକ୍ ହୋଇ ଘର ଭିତରେ ଖେଳି ଯାଇଥିଲା । ଏମାନେ ପାହାନ୍ତିଆ ୩.୪୫ ସମୟରେ ଉଠି ଲାଇଟ୍ ଲଗେଇବା ସମୟରେ ହଟାତ୍ ଗ୍ୟାସ୍ ପୁରୀ ରହି ଥିବା ରୁମ୍ ରେ ନିଆଁ ଲାଗି ଗ୍ୟାସ୍ ସିଲିଣ୍ଡର୍ ଫାଟି ଯାଇଥିବା କଥା ସେଠାକାର ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଗ୍ୟାସ୍ ସିଲିଣ୍ଡର୍ ଫାଟିବା ପରେ ନିଆଁ ଲାଗି ଏମାନଙ୍କ ଦେହ ୬୦/୭୦ ପ୍ରତିଶତ ପୁଡ଼ି ଯାଇଥିବା ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ସେଠାରୁ ଡି ସିବାକୁ ବିଶାଖାପାଟଣା ଓ ଆଉ ଦୁଇ ଧରମା ,ଦିନା ମିନିଆକାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ ପରେ ସେଠାରେ ଦିନା ମିନିଆକା (୩୦)ର ଚିକିତ୍ସା ସମୟରେ ମୃତୁ ଘଟି ଥିବା ବେଳେ ଧାରମା ବିଶେଷ ଗୁରୁତର ଥିବାରୁ ଦରମା କୁ କଟକ ମେଡ଼ିକାଲ୍ କୁ ସ୍ଥାନାନ୍ତରିତ ହୋଇଥିବା ଜଣା ପଡ଼ିଛି। ଏ ଦୁଇ ମିନିଆକା ବନ୍ଧୁ ଖଲାସୀ କାମ କରିବା ଜଣା ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ