ଜାତୀୟ ପ୍ରେସ ଦିବସ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ନଭେମ୍ବର ୧୬ତାରିଖରେ ହେବାକୁ ଥିବା ଜାତୀୟ ପ୍ରେସ ଦିବସ ଅବସରରେ କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ସଂଗୀତ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଦୁଇଦିନ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଅୟୋଜିତ ପ୍ରତିଯୋଗିତାରେ ପ୍ରାୟ ୪୦ଟି ସ୍କୁଲ କଲେଜରୁ ପ୍ରାୟ ୩୦୦ଜଣ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ସଂଗୀତ ପ୍ରତିଯୋଗିତାର ଜର୍ଜ ଭାବେ ଗୁରୁଶ୍ରୀ ଅଶୋକ ମହାପାତ୍ର, ମେଲୋଡ଼ି ଗୁରୁ ରାଜା ରାଓ ଏବଂ ଗୁରୁ ପ୍ରଦୀପ କୁମାର ସ୍ୱାଇଁ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୀତାମ୍ବର ପରିଡ଼ା, ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସରୋଜାଲକ୍ଷ୍ମୀ ଦାଶ, ସହକାରୀ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ତ୍ରିନାଥ ବେହେରା, ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ମଳିକ ଉପସ୍ଥିତ ଥିଲେ। ଜାତୀୟ ପ୍ରେସ ଦିବସ ଅବସରରେ କ୍ଲବ ତରଫରୁ ଡ଼୍ରାମା ‘ସମ୍ପର୍କ’ର ବହି ପୂଜା ଅନୁଷ୍ଠିତ ହୋଇଥିଲା।କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ଉପସଭାପତି ସମୀର କୁମାର ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସମସ୍ତ ସଂଯୋଜକ ଏବଂ ସଦସ୍ୟ ସହଯୋଗ କରିଥିଲେ। ପ୍ରକାଶଥାଉକି ପ୍ରେସ ଦିବସ ଅବସରରେ ଦୁଇଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଦିନ ଅର୍ଥାତ ୧୬ ତାରିଖ ଶନିବାର ଦିନ ଭଞ୍ଜନଗର ଅଞ୍ଚଳର ସମସ୍ତ ପ୍ରଶାସନିକ ଅଧିକାରୀ ଅତିଥି ରହୁଥିବାବେଳେ ଦ୍ୱିତୀୟ ଦିନ ଅର୍ଥା ୧୭ ତାରିଖ ରବିବାର ଦିନ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ସମେତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ମତ୍ସ୍ୟ ଏବଂ ପଶୁ ସମ୍ପଦ ଏବଂ ଲଘୁ ଓ ମଧ୍ୟ ଶିଳ୍ପ ଉଦ୍ୟାଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଉପସ୍ଥିତ ରହିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ