ବରଙ୍ଗ ଗ୍ରାମ ରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗତକାଲି ଛତ୍ରପୁର ବ୍ଲକ ବରଙ୍ଗର ଚାଷୀ ବନମାଳୀ ପେଣ୍ଠେଇ ଆତ୍ମହତ୍ୟା କରିଥିଲେ । ବନମାଳୀ ଜଣେ ଗରିବ ଭାଗ ଚାଷୀ ଥିଲେ, ସେ ବାହାରୁ ଋଣ ଆଣି ଭାଗରେ ୨୫ ଭରଣ ଚାଷ କରିଥିଲେ । ଅଦିନିଆ ବର୍ଷାରେ ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହେବା ପରେ ଘରକୁ ଆସି ପାଇଖାନାରେ ଆତ୍ମହତ୍ୟା କରିଥିଲେ ବନମାଳୀ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ଆଜି ଗାଁରେ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଁଚି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି । ଟିମ ବନମାଳୀଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଥିଲେ । ବନମାଳୀଙ୍କ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ବନମାଳୀ କେତେ ଟଙ୍କା ଓ କାହା କାହ ଠାରୁ ଟଙ୍କା ନେଇଥିଲେ ସେ ନେଇ ମଧ୍ୟ ପଚାରି ବୁଝିଥିଲେ । ଏହାଛଡ଼ା ବନମାଳୀଙ୍କ ଯେତେ ଋଣ ରହିଛି ତାହାକୁ ପରିଷୋଧ କରିବାର ଦାୟିତ୍ଵ ସରକାର ନିଅନ୍ତୁ ‌ବୋଲି ଦାବି କରିଛି ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ମୃତକ ପରିବାର ଙ୍କୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ବୋଲି ବିଜେଡି ନେତା ମାନେ କହିଥିଲେ, ପାଣିପାଗ ବିଭାଗ ପକ୍ଷରୁ ବର୍ଷାକୁ ନେଇ ଆଗାମୀ ସୂଚନା ଦିଆଯାଇଥିଲା । କିନ୍ତୁ ରାଜ୍ୟ ସରକାର ବର୍ଷାକୁ ନେଇ ଚାଷୀ ମାନଙ୍କୁ ସଚେତନ କରାଇନଥିଲେ । ଯାହାଫଳରେ ହେକ୍ଟର ହେକ୍ଟର ଚାଷ ନଷ୍ଟ ହୋଇଛି । ଅଦିନିଆ ବର୍ଷା ଯାଇ ୩ ଦିନ ବିତି ଯାଇଥିଲେ ସୁଦ୍ଧା ଚାଷୀ ମାନଙ୍କ କ୍ଷୟକ୍ଷତି ଆକଳନ କରାଯାଇନାହିଁ । ଯାହାଫଳରେ ଚାଷୀ ମାନେ କରିଥିବା ଋଣ କିଭଳି ସୁଝିବେ ତାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି । ତେଣୁ ଖୁବଶୀଘ୍ର ଚାଷୀଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ ସହ ଯେଉଁ ଅବସ୍ଥାରେ ଧାନ ରହିଛି ତାହାକୁ ସରକାର ମଣ୍ଡି ଦ୍ବାରା ଗ୍ରହଣ କରନ୍ତୁ । ଏଫ ଏ କ୍ୟୁ କୁ ଉଛେଦ କରାଯାଉ ବୋଲି କହିଛି ଏହି ଟିମ , ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁରର‌ ପୂର୍ବତନ ବିଧାୟକ ସୁବାଷ ବେହେରା ଏହି ଟିମ ରହିଥିଲେ ।ଅନ୍ୟମାନଙ୍କ ମଧ୍ୟ ରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଯୁବ ନେତା ବିମଳ କୁମାର ପଣ୍ଡା, ପ୍ରଶାନ୍ତ କୁମାର କର, ଯୁବ ବିଜେଡି ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ରାଜେଶ ମହାରଣା, ଟି. ଚନ୍ଦ୍ର ଶେଖର ରାଓ,କିଶୋର ବେହେରା, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଶମ୍ଭୁ ନାଥ ସ୍ୱାଇଁ ଙ୍କ ବହୁ ବିଜୁ ଜନତା ଦଳର ଆଗଧାଡି ର ନେତା ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ