ବିଜେପି ପକ୍ଷରୁ ମିଶ୍ରଣ ପର୍ବ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ କୁଣ୍ଡାବାଇ ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି। ଦେବକୁଣ୍ଡ ମଣ୍ଡଳରେ ତିନୋଟି ପଞ୍ଚାୟତ ପାଟଶାଣିପୁର,ନୂଆଗାଁ, ଗୋବିନ୍ଦପୁର ର ସାହସ୍ରାଧିକ ଲୋକେ ବିଜେପି ଯୋଗଦାନ କରିଥିବାର ଦେଖିବାକୁ ମିଳିଥିଲା।ମିଶ୍ରଣ ପର୍ବ ପ୍ରାରମ୍ଭରେ ଅବସର ପ୍ରାପ୍ତ ଶିକ୍ଷକ ବୁଦ୍ଧିରାମ ସିଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା କାର୍ଯ୍ୟ ପ୍ରରିଚାଳନାରେ ସହଯୋଗ କରିଥିଲେ। ଏହି ମିଶ୍ରଣ ପର୍ବରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା, ସାଂସଦ ପ୍ରତିନିଧି ବିଭୁତି ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରାଣକୃଷ୍ଣ ବେରା, ପୂର୍ବତନ ବ୍ଲକ ଚେୟାରମ୍ୟାନ ଦୁଲାଲ ସୋରେନ, ସନ୍ତୋଷ ବାଛିନି, ଅବିନାଶ ସାହା ଓ ବରିଷ୍ଠ ନେତା କୋମଲ ଧଳ, ପ୍ରଭାତ ପରିଡା, ଶରତ ଚନ୍ଦ୍ର ଦାସ,ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ବିଧାୟକ ଭାସ୍କର ମଢ଼େଇ ଦେବକୁଣ୍ଡର ଉର୍ନ୍ନତି କରଣ ଓ ରାସ୍ତାର ସଂଯୋଗୀ କରଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଏହି ମିଶ୍ରଣ ପାର୍ବକୁ ଅନୁଷ୍ଠିତ କରିବାରେ ଉକ୍ତ ପଞ୍ଚାୟତର ଭୋଜମୋହନ ବେହେରା, ଶାନ୍ତନୁ ଗିରି, ଓ ମଧୁ ମହାନ୍ତ ସହଯୋଗ କରିଥିଲେ।