ମହୁପୁରା ଗ୍ରାମରେ ଅଷ୍ଟମ ପ୍ରହରୀ ନାମୟଜ୍ଞ

ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ଚନ୍ଦନ ପୁର ପଞ୍ଚାୟତ ମହୂପୁରା ଗ୍ରାମରେ ମେଲଣ ଉପଲକ୍ଷେ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶା ବେଙ୍ଗଲ ଝାରଖଣ୍ଡ ର ତିନି ଗୋଟି ସୁନାମ ଧନ୍ୟ କୀର୍ତ୍ତନ ଦଳ ଖୁବ୍ ସୁନ୍ଦର ସଙ୍କୀର୍ତ୍ତନ ପରିବେଷଣ କରିଥିଲେ ।ଗ୍ରାମ ବାସି ତରଫରୁ ଦିନ ତମାମ ପ୍ରସାଦି ଅନ୍ନଛତ୍ର ଦିଆ ଯାଇ ଥିଲା । ଫଳରେ ଦିନ ସାରା ଶହ ଶହ ଲୋକ ଙ୍କ ଗହଳି ଲାଗି ରହି ଥିଲା । ଗ୍ରାମର ବୟୋଜ୍ୟେଷ୍ଠ ସଂକୀର୍ତ୍ତନ ପ୍ରେମୀ ଲକ୍ଷ୍ମୀଧର ମହାନ୍ତ ମଣ୍ଡପ ନିକଟରେ ସମସ୍ତ କାର୍ଯ୍ୟର ତଦାରଖ କରୁଥିଲେ । ଗ୍ରାମବାସୀ କାର୍ତ୍ତିକ ମହାନ୍ତ ଭାସ୍କର ମହାଳିକ ସମସ୍ତ ଦାୟତ୍ୱ ନେଇ କାର୍ଯ୍ୟ କରୁ ଥିଲେ ।ଶିକ୍ଷକ ଯଦୁ ସାର୍ ଏବଂ ଦୀପକ ପାତ୍ର ସାର୍ ଯୋଗ ଦାନ ପୂର୍ବକ ଗ୍ରାମ ବାସୀଙ୍କ ଏ ମହତ୍ କାର୍ଯ୍ୟ କୁ ଉତ୍ସାହିତ କରୁ ଥିଲେ । ଗ୍ରାମ ବାସୀଙ୍କ ସଂପୂର୍ଣ୍ଣ ସହଯୋଗରେ ଏହି ଆଧ୍ୟାତ୍ମିକ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ