ରାଜ୍ୟରେ ନାରୀ ନିର୍ଯ୍ୟାତନା ନକମିଲେ ଆନ୍ଦୋଳନ ହେବ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ମହିଳା ହିଂସା ସୀମା ଟପିଛି ଆଉ କେତେ ସହିବା l ମୋହନ ସରକାର ପରିଚାଳିତ ବିଜେପି ସରକାର ବିରୁଦ୍ଧରେ ସଂଗ୍ରାମ କରିବା ଏବଂ ରାଜ୍ୟ ସାରା ଆନ୍ଦୋଳନ କରାଯିବ l ରାଜ୍ୟରେ ନାରୀମାନେ ଅସୁରକ୍ଷିତ ଓ ଅସହାୟ l ରାଜ୍ୟରେ ବିଜେଡି ୨୪ ବର୍ଷର କୁଶାସନ ପରେ ବିଜେପିର କେଳଙ୍କାରୀ ସରକାର ଏବେ ଅସୁରକ୍ଷିତ ଭାବେ ମହିଳା ମାନଙ୍କୁ ଭୟଭୀତ ଭାବେ ରଖିଛନ୍ତି l ରାଜ୍ୟ ସରକାରଙ୍କ ମା କୁ ସମ୍ମାନ, ବେଟି ବଚାଓ, ବେଟି ପଢ଼ାଓ, ଶକ୍ତି, ସୁଭଦ୍ରା ଓ ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମ ମହିଳା ବିରୋଧୀ ହୋଇଯାଇଛି l ବର୍ତମାନ କେନ୍ଦ୍ର ଓ ରାଜ୍ୟରେ ୮ ମାସ ହେଲାଣି ଡବଲ ଇଂଜିନ ସରକାର ପାଣିରେ ଗାର ହୋଇଛି l କେନ୍ଦୁଝରରେ ମଧ୍ୟ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜ଼ିଲା ହୋଇଥିଲେ ମଧ୍ୟ ଏଇଠି ବି ଛାତ୍ରୀ ମହିଳା ମାନେ ଅସୁରକ୍ଷିତ l ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱ ଥିଲେ ମଧ୍ୟ ଅପାରଗ ହୋଇଛନ୍ତି l ଦିନକୁ ଦିନ ବିଶୃଙ୍ଖଳା, ଗଣଧର୍ଷଣ, ଦୁଷ୍କର୍ମ, ବଳାତ୍କାର, ହତ୍ୟା, ଦୁର୍ନୀତି ଓ ଅନ୍ୟାୟ ବଢ଼ି ବଢ଼ି ଚାଲିଛି l ନିଜ ଜ଼ିଲାରେ ଛାତ୍ରୀମାନେ ଗର୍ଭବତୀ ହୋଇ ସନ୍ତାନକୁ ବିଦ୍ୟାଳୟ ପରିସରରେ ପ୍ରସବ କରୁଛନ୍ତି ଯାହାକି ସମଗ୍ର ମହିଳା ଜାତି ପ୍ରତି ଅସମ୍ମାନ ଏବଂ ଅସୁରକ୍ଷିତ ଭାବେ ରଖାଯାଇଛି l ଏ ବାବଦରେ କଂଗ୍ରେସ ଅଭିଯୋଗ କଲା ପରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବିବୃତି କହିଛନ୍ତି ସେପରି କିଛି ହେଇନାହିଁ କଂଗ୍ରେସ ନାଟକ କରୁଛି l କିନ୍ତୁ ଏହିପରି ଘଟଣା ସବୁଦିନେ ରାଜ୍ୟରେ ସବୁ ଜ଼ିଲାରେ ଘଟୁଛି l ପୂର୍ବ ବିଜେଡି ସରକାର ସମୟରେ ଡିଏମଏଫ ବାବଦରେ କୋଟି କୋଟି ଟଙ୍କା ଲୁଟ କରାଯାଇଛି l ଏବେ ବିଜେପି ସରକାର ସମୟରେ ସମାନ ପରିସ୍ଥିତି l ତେଣୁ ରାଜ୍ୟରେ ବିଜେପି ଓ ବିଜେଡି ଏକାଠି ଉପରକୁ ଭିନ୍ନ ଭିନ୍ନ ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ସ୍ଥାନୀୟ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜ଼ିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାଏକ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ତେଲକୋଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାଏକ, ଜ଼ିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ଦାସ, ସଦର ବ୍ଲକ ସଭାପତି ଉତ୍ତମ ସାହୁ, ଜ଼ିଲା କଂଗ୍ରେସ ମିଡ଼ିଆ ଅଧକ୍ଷ ଦିଲ୍ଲୀପ କୁମାର ସାହୁ, ଜ଼ିଲା କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ସୁଢଳ କୁମାର ସେଠି ପ୍ରମୁଖ ଉପସ୍ଥିତ ଥିଲେ l ପରେ ଆସନ୍ତା କାଲି ୨୩ ତାରିଖରେ କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୂ ଯୁବ କଂଗ୍ରେସର ଏକ ବାଇକ ରାଲିରେ ସହର ପରିକ୍ରମା କରି ପାର୍କ ଲାଇନ ସ୍ଥିତ ଅଡିଟୋରୟମ ଠାରେ କଂଗ୍ରେସ କର୍ମୀମାନଙ୍କୁ ଉଦବୋଧନ ଦେବେ l ପରେ ଏକ ସାମ୍ବାଦିକ ସମ୍ମିଳନୀ କରିସାରିବା ପରେ କଂଗ୍ରେସ ଭବନ ଠାରେ କଂଗ୍ରେସ ନେତୃତ୍ୱ ମାନଙ୍କୁ ଭେଟି ସଂଗଠନ ବିଷୟରେ ଆଲୋଚନା କରିବେ l ସନ୍ଧ୍ୟାରେ ଘଟଗାଁ ଠାରେ ମା ତାରିଣୀଙ୍କୁ ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ଗ୍ରସ୍ତ କରିବେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ଲଲ୍ଲୂଙ୍କ ସହିତ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପିସିସି ଉପସଭାପତି ଶିବାନନ୍ଦ ରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜ଼ିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା ସୂଚନା ଦେଇଛନ୍ତି l