ରାୟଗଡା ମହାବିଦ୍ୟାଳୟ ରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ୨0୨୫ ଉଦଘାଟିତ

ରାୟଗଡ଼,(ଦୁର୍ଗାପ୍ରସାଦ ପାଢୀ):ତିନିଦିନ ଧରି ପାଳିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆଜି ରାୟଗଡା ମହାବିଦ୍ୟାଳୟ ରେ ଉଦଘାଟିତ ହୋଇଯାଇଛି।ଏହି ଉତ୍ସବ ର ପ୍ରଥମ ଦିନରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରଭାତ ସମୟରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିଜେ ଅଧ୍ୟକ୍ଷା ଡ. ବବିଲତା ଶରଫ,କାର୍ଯ୍ୟକ୍ରମ ସଂଯୋଜିକା ଡ. ସରସ୍ବତୀ ରାୟ, ସମରଶିକ୍ଷାର୍ଥୀ ବାହିନୀ ର ଲେଫ୍ଟନାଣ୍ଟ ଉଦୟ ନାୟକ,ଜାତୀୟ ସେବାସଂସ୍ଥା ର ସଯୋଜକ କେ. କେ. ଯାନୀ, ଅନନ୍ତ ଶବର,ଯୁବ ରେଡକ୍ରଶ ର ପ୍ରଶାନ୍ତ ସାହୁ, ତୃପ୍ତିମୟୀ ଭୋଇ ଆଦି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରଥିଲେ।ତା ବ୍ୟତୀତ ନିବନ୍ଧ ଲିଖନ ପ୍ରତିଯୋଗିତା,ପୋଷ୍ଟର ପ୍ରଦର୍ଶନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସହଯୋଗ କରିଥିଲେ ଟି. ଜ୍ୟୋତି, ଟିକେଶ୍ୱର ମାଝୀ,ଦମୟନ୍ତୀ ବାଗ, ମୋନାଲିସା ପାଣିଗ୍ରାହୀ ଅମିତ ସାହୁ, ଗ୍ଲୋରି ଅନିଶା ଇତ୍ୟାଦି। ସେହିଭଳି ରାୟଗଡ଼ା ଜିଲ୍ଲା ରାମ ନା ଗୁଡା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ହୋଈଥିଲା।ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. କୈଳାସ ମଳିକଙ୍କ ସଭାପତିତ୍ବରେ ପ୍ରବାସୀ ଭାରତୀୟ ଦିବସ ଶୁଭ ଉଦ୍ଘାଟନ ହୋଇଯାଇଛି। ଡ. ମଳିକ ଏହି ଦିବସ ସଂପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏହା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି ଦିବସ ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀମାନ ବାଦଲ କୁମାର ପରିଡ଼ାଙ୍କ ତତ୍ବାବଧାନରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ପ୍ରଫୁଲ କୁମାର ଲିମା, ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ ତନୁଜା ଶବର ଓ ରାଜନୀତି ବିଜ୍ଞାନର ଅଧ୍ୟାପିକା ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ପଲେଇ ସୂଚାରୁରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ