“ଲୁହରେ ଲେଖା ମୋ କପାଳ ରେଖା” ସାମାଜିକ ନାଟକ ମଞ୍ଚସ୍ଥ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଚିରିକିପଡ଼ା ଶାସନ ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ୱର ନାଟ୍ୟ ସଂସଦର ଦ୍ଵିତୀୟ ଅବଦାନରେ “ଲୁହରେ ଲେଖା ମୋ କପାଳ ରେଖା” ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି। ଚିରିକିପଡା ଶାସନ ଗ୍ରାମବାସୀ ବୃନ୍ଦଙ୍କ ଦ୍ବାରା ଅନୁଷ୍ଠିତ ନାଟକକୁ ସମାଜସେବୀ ଡକ୍ଟର ରଞ୍ଜିତା କୁମାରୀ ସାହୁ ଉଦଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ପୂର୍ବତନ ପୋଲସରା ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ନାଟକର ଭଲ ଜିନିଷକୁ ଗ୍ରହଣ କରିବା ଏବଂ ଭାଇଚାରା ସୃଷ୍ଟି କରି ଆନନ୍ଦର ସହକାରେ ନାଟକଟିକୁ ଦେଖିବା ପାଇଁ ନିବେଦନ କରିଥିଲେ। ଏହାସହିତ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ ଓ ଝୁନୁ ଦାସ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ଦୀପିକା ବାରିକ, କେ ସନ୍ତୋଷ ପାତ୍ର, ବିଜୟ ଭୂୟାଁ, ଉତ୍କଳ ପ୍ରଧାନ, ସମୀର ଭୂୟାଁ, ପବିତ୍ର ରାଉତ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁ ଅତି ଉଚ୍ଚକୋଟୀର ନିର୍ଦ୍ଦେଶନା ଦ୍ବାରା କଳାକାରମାନେ ଅତି ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ। ଅତିଥି ବୃନ୍ଦ ନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ବାଲୁଙ୍କେଶ୍ୱର ନାଟ୍ୟ ସଂସଦର ସମସ୍ତ ଯୁବକ ଓ ଚିରିକିପଡା ଶାସନ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ