ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ବୁଧବାର ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ରେଡକ୍ରସ ସଂଯୋଜକ ଚୈତନ୍ୟ ପରିଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧକ୍ଷ ଡ. ଚାଇନା ପ୍ରଧାନ ଉକ୍ତ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ହାତରେ ପ୍ଲାଏ କାର୍ଡ ଧରି ଏଡସ୍ ବିଷୟରେ ଜନସାଧାରଣମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଲୋଗାନ ପ୍ରଦାନ କରିଥିଲେ । ଉକ୍ତ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ବ୍ଲକଛକ, ନାଉଗାଁ ବଜାର ଆଦି ପରିକ୍ରମା କରି ମହାବିଦ୍ୟାଳୟରେ ପହଂଚିଥିଲା । ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ. ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଧ୍ୟାପକ ପ୍ରଭାତ କୁମାର ଶତପଥୀ, ହୃଦାନନ୍ଦ ସ୍ୱାଇଁ, ପ୍ରଶାସନିକ ଅଧିକାରୀ ତୁଷାରକାନ୍ତ ଦାସ, ବିତ ବିଭାଗ ମୂଖ୍ୟ ବିଭୁତି ଭୂଷଣ ସ୍ୱାଇଁ, ରମେଶ ଦାସ, ବରିଷ୍ଠ କିରାଣୀ ବିଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ଏଡସ୍ ରୋଗର କାରଣ ଓ ନିରାକରଣ ବିଷୟରେ ବୁଝାଇବା ସହିତ ଯୁବପିଢିମାନେ କିପରି ଏଡସ ସଂପର୍କରେ ସଚେତନ ରହିବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଅଧ୍ୟାପକ ଶ୍ରୀ ପରିଡା ପରିଚାଳନା କରିଥିଲେ ।