ସରକାରୀ ଜମିରୁ ମାଟି ଖୋଲୁଥିବା ବେଳେ ଟ୍ରାକ୍ଟର, ଜେସିବ ଜବତ: ତହିସଲଦାରଙ୍କ ଥାନାରେ ଅଭିଯୋଗ(ଫଟୋ)

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲର ଡେରିକି ରାଜସ୍ୱ ନିରୀକ୍ଷକଙ୍କ ଅଧିନ ତିରୁଣା ଗ୍ରାମରେ ସରକାରୀ ଯାଗାରୁ ବେଆଇନ ଭାବେ ମାଟି ଖୋଳୁଥିବା ବେଳେ ସୋମବାର ଟ୍ରାକ୍ଟର ଓ ଜେସିବକୁ ଜବତ କରାଯାଇ ଥାନାରେ ରଖାଯାଇଛି। ରାଜସ୍ୱ ନିରୀକ୍ଷକ ରାଜେଶ ସାହୁଙ୍କ ରିପୋର୍ଟ ଉପରେ ତହସିଲଦାରଙ୍କ ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ସର୍ବସାଧାରଣ ସ୍ଥାନ ପ୍ଳଟ ନଂ ୧୪୮୯ରୁ ବେଆଇନ ଭାବେ ମାଟି ଉତୋଳନ କରାଯାଉଥିଲା। ଉତୋଳନ ସ୍ଥାନରୁ ଏକ ଜେସିବ ରେଜିଷ୍ଟ୍ରସନ ନଂ ଓଡି -୧୭-ଡି-୨୦୦୬ ଓ ଏକ ନମ୍ବର ବିହିନ ଟ୍ରାକ୍ଟର ଜବତ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣାସ୍ଥଳରୁ ଜେସିବ ଡ୍ରାଇଭର ଜେସିବ ଛାଡି ପଳାୟନ କରିଥିବା ଜଣାଯାଇଛି। ଅଭିଯୋଗକୁ ଭିତି କରି କେଶ ନଂ ୧୪୧/୨୬ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଦେବାଶୀଷ ପଣ୍ଡା ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଉକ୍ତ ତହସିଲ ଅଧିନରେ ଅନେକ ପଂଚାୟତରେ ମନଇଚ୍ଛା ସରକାରୀ ଜମିରୁ ମାଟି ଖୋଳାଯାଉଥିବା ଜଣାଯାଇଛି। ଏପରିକି ନଦୀ ପଠା,ଚାରଣ ଭୂମିକୁ ମନଇଚ୍ଛା ତାଡି ଦିଆଯାଉଛି। ମାଟି ମାଫିଆ ମାନେ ଅନ୍ୟକୁ ମାଟି ବିକ୍ରି କରି ଭଲ ଦି ପାଇସା ରୋଜଗାର ମଧ୍ୟ କରୁଛନ୍ତି। ମାଟି ତାଡି ନେବା ଦ୍ୱାରା ସର୍ବସାଧାରଣ ସ୍ଥାନ ,ଚାରଣ ଭୂମି ଆଦି ସଂଙ୍କୁଚିତ ହୋଇ ଯାଉଛି। ତେଣୁ ମାଟି ମାଫିଆ ଙ୍କ ବିରୁଦ୍ଧରେ ଓ ଉକ୍ତ ମାଟି ମାଫିଆଙ୍କୁ ସହେଯାଗ କରୁଥିବା ଗାଡି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏସଂକ୍ରାନ୍ତରେ ତହସିଲଦାର ଅକ୍ଷୟ ବଡୁଙ୍କୁ ପଚାରିବାରେ ଯେଉଁ ଠାରେ ବେଆଇନ ମାଟି ଖୋଳ ହେଉଛି ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ