ସମ୍ବଲପୁର ଜିଲ୍ଲା ବିଜେପି ର ୨୧ ମଣ୍ଡଳ ସଭାପତି ଙ୍କ ନାମ ଘୋଷଣା
ସମ୍ବଲପୁର, (ଲିପନ ନାଏକ):ଆଜି ସମ୍ବଲପୁର ବିଜେପି ସାଂଗଠାନିକ ଜିଲ୍ଲା ର ୨୭ ଗୋଟି ସାଂଗଠାନିକ ମଣ୍ଡଳ ରୁ ୨୧ ଗୋଟି ମଣ୍ଡଳ ର ସଭାପତି ଓ ମଣ୍ଡଳ ପ୍ରତିନିଧି ଙ୍କ ନାମ ଘୋଷଣା କରାଯାଇଛି । ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ୩, ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨ ଓ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ୧ ମୋଟ ଅବଶିଷ୍ଟ ୭ ଗୋଟି ମଣ୍ଡଳ ମାନଙ୍କର ସଭାପତି ଓ ପ୍ରତିନିଧି ଙ୍କ ନାମ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜାକ ମାନସ ରଞ୍ଜନ ବକ୍ସି କହିଚନ୍ତି ।