ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଅଭିଯୋଗ କଲେ ଗ୍ରାମବାସୀ
ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ କୁଚିଣ୍ଡା ଥାନା ସିରିଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଇଲାରୀ ଜୋର ଗ୍ରାମରେ ଘଟିଛି ହତ୍ୟା କାଣ୍ଡ। ସୂଚନା ଅନୁଯାଇ ଗ୍ରାମର ଗଜେନ୍ଦ୍ର କିଷାନ ୨୮ ରବିବାର ସକାଳୁ ନିଜ ଗ୍ରାମକୁ ରୋଜଗାର କରି ଫେରଥିଲେ। ଗଜେନ୍ଦ୍ର କିଷାନ ରାଜ୍ୟ ବାହାରେ ଦାଦନ ପାଇଁ ଯାଇ ରବିବାର ଫେରିଥିଲେ। ଗ୍ରାମରେ ଏକ ବିବାହ କାର୍ଯ୍ୟକ୍ରମ ଥିବା ବେଳେ ରବିବାର ତେଲ ହଳଦୀ ରେ ଯୋଗ ଦେଇଥଲେ ଗଜେନ୍ଦ୍ର କିଷାନ ଓ ତାଙ୍କ ପତ୍ନୀ ଯଶୋଦା କିଷାନ। ରାତି ପ୍ରାୟ ୧୦ଟା ୩୦ ରେ ସାମାଜିକ ରୀତିନୀତି ସାରି ଘରକୁ ଫେରିଥିଲେ। ସୋମବାର ସକାଳୁ ୭ଟାରେ ଗ୍ରାମରେ ଏକ ବୈଠକ ଥିବା ବେଳେ ଏହି ବୈଠକ ରେ ଯୋଗ ନ ଦେବାକୁ ଗ୍ରାମବାସୀଙ୍କ ସହିତ ଗଜେନ୍ଦ୍ରଙ୍କ ବଡ଼ ଭାଇ ତାଙ୍କୁ ଡାକିବାକୁ ଯାଇଥିଲେ ହେଲେ ଘରେ ଗଜେନ୍ଦ୍ରଙ୍କୁ ଡାକିଲା ପରେ ମଧ୍ୟ ନ ଶୁଣିବାରୁ ପାଖକୁ ଯାଇ ଦେଖିବାରୁ ଗଜେନ୍ଦ୍ର ରକ୍ତାକ୍ତ ଅବସ୍ଥାରେ ନିଜ ଶେଯରେ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ କୁଚିଣ୍ଡା ପୋଲିସ କୁ ଜଣାଇଥିଲେ କୁଚିଣ୍ଡା ଏସ.ଡ଼ି.ପି.ଓ ପ୍ରଦୀପ କୁମାର ଦାସ ଙ୍କ ସହିତ କୁଚିଣ୍ଡା ଥାନା ଆଇ ଆଇ ସି ସମେତ ଏକ ଟିମ ଘଟଣା ସ୍ଥଳକୁ ପହଞ୍ଚି ଥିଲେ ଓ ସମ୍ବଲପୁର ରୁ ସାଇନଣ୍ଟିଫିକ ଟିମ ଆସି ତଦନ୍ତ ଘଟଣାର ତଦନ୍ତ କରିଥିଲେ। ଗଜେନ୍ଦ୍ର କିଷାନ ଓ ଯଶୋଦା କିଷା ଏକ ୧୩ ବର୍ଷୀୟ ପୁଅ ଅଛି । ଗଜେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ନେଇ ଗ୍ରାମ ବାସି ସହିତ ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଘଟଣା ର ଯାଞ୍ଚ କରାଯାଇଛି ବୋଲି କୁଚିଣ୍ଡା ଏସ.ଡ଼ି.ପି.ଓ ପ୍ରଦୀପ କୁମାର ଦାସ କହିଛନ୍ତି। ଅଞ୍ଚଳ ରେ ଶୋକର ବାତାବରଣ ଥିବା ଦେଖିବାକୁ ମିଳିଥିଲା