୨ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ପାଟପୁର ଥାନା ଡେଙ୍ଗାଡି ଗ୍ରାମର ସଞ୍ଜୟ ସ୍ବାଇଁ (୪୦) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଟୁକୁନା ସ୍ବାଇଁ ସାମାନ୍ୟ ଆହତ ହୋଇଛନ୍ତି। ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ଡେଙ୍ଗାଡି ଗ୍ରାମର ସଞ୍ଜୟ ଓ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ଠାରୁ ବାଇକ୍ (ଓଡି୦୭ଆର ୫୯୯୯) ଗ୍ରାମକୁ ଫେରୁଥିଲେ। ସେହି ସମୟରେ ନିମଖଣ୍ଡି ଥାନା ବ୍ରହ୍ମପୁର ବସନ୍ତ ବିହାର ଅଞ୍ଚଳର ଟୁକୁନା ସ୍ବାଇଁ ବାଇକ୍ (ଓଡି୦୭ଏଲ୍ ୪୯୧୫) ଯୋଗେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ସୋମପୁର ଛକ ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଥିଲା। ପୁଲିସ ଉଭୟ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଏସଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।‌
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ