ଅଁରା ଗ୍ରାମରେ ବଜରଙ୍ଗି କ୍ଲବ ପକ୍ଷରୁ ଗଣେଶ ପୂଜା

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପ୍ରଭୂ ଗଜାନନଙ୍କ ପୂଜା ବଡ ଧୁମ୍ ଧାମରେ ପାଳନ କରାଯାଉଛି। ଅଁରା ଗ୍ରାମରେ ବାଜରଙ୍ଗି କ୍ଲବ ପକ୍ଷରୁ ଚାଲିଥିବା ଏହି ଗଣେଶ ପୂଜା ୧୩ବର୍ଷରେ ପାଦ ଥାପିଛି। ଏଥିପାଇଁ ସୁଉଚ୍ଚ ମୂର୍ତ୍ତୀ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରା ଯାଉଛି।  ଆଜି ମଧ୍ୟାହ୍ନରେ ନିକଟସ୍ଥ ପୋଖରୀରୁ ଘଟୋତ୍ତଳନ କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ୭ଦିନ ଧରି ଏହି ପୂଜା କାର୍ଯ୍ୟକ୍ରମ ଥିବାରୁ ପୂଜା ମଣ୍ଡପକୁ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରଯାଇଛି। ପ୍ରତିଦିନ ଭଜନ ସନ୍ଧ୍ୟା ଥିବା ବେଳେ ଆସନ୍ତା କାଲି ବାଲେଶ୍ୱର ଓ ତା ପରଦିନ ପୁରୀରୁ କଣ୍ଠଶିଳ୍ପୀ ମାନେ ଯୋଗଦେଇ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ରବିବାର ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସଭାପତି ପ୍ରିୟ ରଞ୍ଜନ ରାଜ, ସମ୍ପାଦକ ଶିବପ୍ରସାଦ ରାଉତ, ବିଶ୍ୱମ୍ବର ବେହେରା, ସାଗର ଚନ୍ଦ୍ର ରାଉତ, ବିକନ୍ ବେହେରା, ସମ୍ବିତ ନାୟକ, ଅନିଲ ବେହେରା, ରାଜେଶ ନାୟକ, ବିଜନ ନାୟକ, ସୁଶୀଲ ବେହେରା, ସକ୍ତିଧର ରାଉତ, ସନ୍ତୋଷ ପରିଡ଼ା, ସତ୍ୟବ୍ରତ ଜେନା, ଶିବ ସୂତାର, ଭାରତ ଭୂଷଣ ମଲ୍ଲିକ, ଧବଳେଶ୍ୱର ବେହେରା, ମହେଶ୍ୱର ଆଇଚ, ସନ୍ତୋଷ ରାଜ୍, ଗୁଡ୍ଡୁ ରାଜ୍ ଙ୍କ ସମେତ ସମସ୍ତ କ୍ଳବ ସଦସ୍ୟ ମାନେ ପୂଜାରେ ସାମିଲ ହେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ