ଅଗ୍ନିକାଣ୍ଡରେ ୩ ଗୋରୁ ଜୀବନ୍ତ ଦଗ୍ଧ ,ଜଣେ ମହିଳା ମୃତ

ଯାଜପୁର , (ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପୁବସାହିରେ ଗତକାଲି ବିଳମ୍ଭିତ ରାତିରେ ଅକ୍ଷୟ ପାରିମାଣିକ ଘରେ ଅଗ୍ନିକାଣ୍ଡ ଘଟି ୩ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ମହିଳାଙ୍କ ଜୀବନ ହାନୀ ଘଟିଛି ।ମୃତକ ମହିଳାଙ୍କ ପରିଚୟ ଅକ୍ଷୟଙ୍କ ପତ୍ନୀ ପ୍ରେମଲତା ବୋଲି ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀ ନିଆଁ ଲିଭା କାଯ୍ୟଁରେ ସହଯୋଗ କରି ନିଆଁକୁ ଆୟତ କରିଥିଲେ । ମହିଳାଙ୍କ ବାପା ଘର ପରିବାର ତରଫରୁ ଏହା ଏକ ହତ୍ୟାକାଣ୍ଡ ବୋଲି ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥ୍ଳରେ ପହଞ୍ଚି ମୃତଦେହକୁ ଜବତ କରି ଶବବେବଚ୍ଛେଦ ନିମନ୍ତେ ଯାଜପୁର ଡାକ୍ତର ଖାନାକୁ ପଠାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ