ଅଙ୍ଗନବାଡି କେନ୍ଦ୍ର ରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଂଚାୟତର ବେଲଝରି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର – ୧ ରେ ଅଣ୍ଡା ଓ ଛତୁଆ ବଣ୍ଟନ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ଶୁକ୍ରବାର ବେଲଝରି ଗ୍ରାମର ବହୁ ଗ୍ରାମ ବାସିନ୍ଦା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମମତା କାର୍ଡ ପାଇଁ ଲାଂଚ ମାଗିବା ସହ ଅଭିଭାବକ ମାନଙ୍କୁ ଦୁର୍ବବ୍ୟହାର କରାଯାଉଥିବା ମଧ୍ୟ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହ କେନ୍ଦ୍ର ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରାଯାଉନଥିବା ଏହି ଦାବି ପତ୍ର ରେ ସେମାନେ ଉଲ୍ଲେଖ କରିଛନ୍ତି । ଏନେଇ ସେମାନେ ପୂର୍ବରୁ ସିଡିପିଓଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଆଜି ବାଧ୍ୟ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଣୁ ଉକ୍ତ କେନ୍ଦ୍ର ରେ କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀଙ୍କୁ ତୁରନ୍ତ ବହିଷ୍କାର କରି ନୂତନ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ସେମାନେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବେଲଝରି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସିକର ଜେନା, ପ୍ରକାଶ ମେହେଣା, ଗୋଲକ ବିଷୋୟୀ, ଜିତୁ ପ୍ରଧାନ, ଅନାମ ମେହେଣା, ପ୍ରଭାତ ମେହେଣା, ନଗୁରୁ ମେହେଣା, ନଗୁରୁ ପ୍ରଧାନ, ସୁଧାକର ବିଷୋୟୀ, ସୁରେନ୍ଦ୍ର ପଲାଇ, ସୁରେଶ ଜେନା, ପରିକ୍ଷିତ ସ୍ୱାଇଁ, ଶତୃଘନ ଜେନା, ନାରାୟଣ ପ୍ରଧାନ ଓ ଫକୀର ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।


