ଅଜଣା ଗାଡି ଧକ୍କାରେ ୧ମୃତ୍ୟୁ
ଚିକିଟି, (କୁରେଶୁ ସାହୁ):ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ଛୋଟl ନାଇକଙ୍କ ପୁଅ କୃଷ୍ଣ ନାଇକ(୨୪) ଙ୍କ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ରାତି ପ୍ରାୟ ଘ. ୯.୩୦ମିନିଟ ସମୟ ରେ କୃଷ୍ଣ ନିଜ ଘର ଗୋଳନ୍ଥରାରୁ ସାଇକେଲ ଯୋଗେ କନିସିରେ ରହୁଥିବା ନିଜ ସ୍ତ୍ରୀଙ୍କ ପାଖକୁ ଯାଉଥିବା ବେଳେ ଟୁ ମାକ୍ସ ନିକଟରେ ଏକ ଗାଡି ଧକ୍କା ରେ ଗୁରୁତର ଅବସ୍ଥାରେ ପଡିଯାଇଥିଲେ, ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ନିଆଯାଇଥିଲା l ଡାକ୍ତର ସେଠି ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେl ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା l ଏ ନେଇ ଗୋଳନ୍ଥରା ଥାନା କେଶ ନ. ୨୦୬/୨୦୨୦ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲି ଥିବା ବିଷୟ ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି l


