ଟ୍ରାକ୍ଟର ଧକ୍କାରେ ୩ଟି ବାଇକ ଓ ଗୋଟିଏ ସାଇକେଲ ଚୁରମାର

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବାଙ୍କବଜାରଠାରେ ଏକ ଟ୍ରାକ୍ଟର ଧକ୍କାରେ ରାସ୍ତା କଡ ତଥା ନିଜ ଘର ପାଖରେରେ ପାର୍କିଂ ହୋଇଥିବା ସ୍ଥାନୀୟ ଲୋକଙ୍କ ୩ ଟି ବାଇକ ଓ ଗୋଟିଏ ସାଇକେଲ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଲକ ଡାଉନ ଯୋଗୁଁ ଲୋକମାନେ ଘରେ ଥିବାରୁ କେହି ମୃତାହତ ହୋଇନଥିବା ଜଣା ପଡିଛି ।ଖବରରୁ ଜଣା ପଡିଛି ଯେ,ବେଲଗୁଣ୍ଠା ଧୋବାସାହିର ପାଣ ପାତ୍ରଙ୍କ ଟ୍ରାକ୍ଟର (ଓଆର ୦୭ଡବ୍ଲୁ ୦୦୭୦ )କୁ ତାଙ୍କ ଡ୍ରାଇଭର ବେଲଗୁଣ୍ଠା ଖଦାଳ ସାହିର ରାଜେନ୍ଦ୍ର ନାଇକ ଚଲାଉଥିଲେ ।ଆଜି ସେ ମଦ୍ୟପାନ କରି ଡ୍ରାଇଭିଂ କରି ଟ୍ରାକ୍ଟରକୁ ନେଇ ଦ୍ରୁତ ଗତି ରେ ପ୍ରଥମେ ପେଣ୍ଠ ସାହିରୁ ବାଙ୍କବଜାର ଏବଂ ପୁଣି ବାଙ୍କ ବଜାର ଖଦାଳ ସାହି ନିକଟରୁ ବୁଲାଇ ପେଣ୍ଠ ସାହି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ରାକେଶ କୁମାର ସାହୁଙ୍କ ବଜାଜ ଅଭେଞ୍ଜର ମଟର ସାଇକେଲ (ଓଡି ୦୭ଏଲ ୬୧୨୮) କୁ ପ୍ରଥମେ ଟ୍ରାକ୍ଟରଟି ମାଡି ଯାଇଥିଲା ଫଳରେ ବାଇକଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା ପରେ ପୁଣି ଲବ ପାତ୍ରଙ୍କ ଏକ ସାଇକେଲ ଏବଂ ସିଡ଼ି ଡିଲକ୍ସ ମଟର ସାଇକେଲ(ଓଆର ୨୫ ବି ୮୦୮୨ ) ଉପରେ ମାଡିଯିବା ଫଳରେ ଏହି ଗାଡି ଓ ସାଇକେଲ ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଥିଲା ଏବଂ ନିକଟରେ ଥିବା ବିନାୟକ ସିନ୍ଧେ ଙ୍କ ସ୍ପ୍ଲେଣ୍ଡର ପ୍ଲସ (ଓ ଆର ୦୭ଏ ଏ୩୬୦୪ ) କୁ ଧକ୍କା ଦେବାରୁ ଏହା ମଧ୍ୟ ଆଂଶିକ ଭାଙ୍ଗିଥିବା ଜଣାପଡିଛି । ଟ୍ରାକ୍ଟର ଏକ ଦୋକାନ ନିକଟ କୁ ମାଡିଯାଇଥିଲା ।ଟ୍ରାକ୍ଟରଟିରେ ଜମିରେ ଚାଷ କରିବା ପାଇଁ ବ୍ୟବହୃତ ହେଉଥିବା ଲୁହାର ଚାଷ ଉପକରଣ ଲାଗିଥିଲା ।ବାଙ୍କବଜାର ବେଲଗୁଣ୍ଠାର ବ୍ୟବସାୟୀକ ଅଞ୍ଚଳ ହୋଇଥିଲେ ମଧ୍ୟ ଲକ ଡାଉନ ଯୋଗୁଁ ଲୋକେ ଘରେ ଥିଲେ ଏବଂ ସମସ୍ତ ଦୋକାନ ବଜାର ବନ୍ଦ ଥିଲା ।ଯାହା ଫଳରେ ଲୋକେ ଏକ ନିଶ୍ଚିତ ଦୁର୍ଘଟଣା ରୁ ବଞ୍ଚିଲେ ବୋଲି ଆଲୋଚନା ହେଉଛି ।ଖବର ପାଇ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଗାଡିମାଲିକଙ୍କୁ ଡକାଇ ଗାଡିକୁ ଫାଣ୍ଡିକୁ ଆଣି ଗାଡିକୁ ଅଟକ ରଖିଛନ୍ତି ।ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭରଟି ଦୁର୍ଘଟଣା ଘଟାଇବାର କିଛି ସମୟ ପର୍ଯ୍ୟନ୍ତ ସେଠାରେ ରହି କେଉଆଡେ ଚାଲିଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ