ଅଜବ ଗଜବ ଭାରତର ଅଗମ କୂଅ

ଦୁନିଆରେ ବହୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି । ଯାହାକୁ ପ୍ରକୃତି ସୃଷ୍ଟି କରିଛି । ଯାହାର ସତ୍ୟାସତ୍ୟ ଖୋଜିବା ପାଇଁ ବୈଜ୍ଞାନିକମାନେ ଏଯାଏଁ ସଫଳ ହୋଇପାରି ନାହାଁନ୍ତି । ଆଜି ଆମେ କହିବାକୁ ଯାଉଛି ବିହାର ପାଟନାର ଅଗମ କୂଅ ବିଷୟରେ । ଏହି କୂଅ ଯେତିକି ରହସ୍ୟମୟୀ ସେତିକି ଭୟାନକ । ସାଧାରଣ କୂଅ ଠାରୁ ଏହି କୂଅ ସମ୍ପୂର୍ଣ୍ଣ ଅଲଗା ।
ବିହାରର ରାଜଧାନୀ ପାଟନା ସହରର ରହସ୍ୟମୟୀ ଅଗମ କୂଅକୁ ଦୁନିଆର ରହସ୍ୟମୟୀ କୂଅ ମଧ୍ୟରେ ସାମିଲ କରାଯାଇଛି । ଏହି କୂଅ ବାହାରୁ ଯେତିକି ସାଧାରଣ ଦେଖାଯାଉଛି ଭିତରୁ ସେତିକି ସାଧାରଣ ନୁହେଁ । ଅଢେଇ ହଜାର ବର୍ଷ ବିତି ଯାଇଥିଲେ ମଧ୍ୟ ଏହି କୂଅର ପାଣି ଶୁଖି ନାହିଁ । ଏପରିକି ତାପମାତ୍ରା ବୃଦ୍ଧି ହେଲେ କିମ୍ବା ବନ୍ୟା ହେଲେ ମଧ୍ୟ ଏହି କୂଅ ପାଣି ଉପରେ କୌଣସି ପ୍ରଭାବ ପଡେ ନାହିଁ । ଏବେ ଏଏସଆଇ ଏହାର ରକ୍ଷଣାବେକ୍ଷଣା କରୁଛି ।
କୁହାଯାଉଛି କି, ସମ୍ରାଟ ଅଶୋକଙ୍କର ୯୯ ଭାଇଙ୍କର ଶବ ଏହି କୂଅରେ ପୋତା ଯାଇଛି । ଅଶୋକଙ୍କୁ ଲାଗିଥିଲା କି, ତାଙ୍କର ୯୯ ଭାଇ ତାଙ୍କର ରାଜଗାଦୀ ପାଇଁ ବାଧକ ହୋଇ ପାରନ୍ତି । ତେଣୁ ସେ ତାଙ୍କର ଭାଇମାନଙ୍କୁ ହତ୍ୟା କରି ଏହି କୂଅରେ ପୋତିଥିଲେ । ଏପରିକି ସମ୍ରାଟ ଅଶୋକ ସେଠାରେ ବହୁ ଖଜାନା ଲୁଚାଇ ରଖିଥିଲେ । ଏପରି ମଧ୍ୟ କୁହାଯାଉଛି ଏହି କୂଅ ମଧ୍ୟରେ ଆହୁରି ୯ଟି କୂଅ ରହିଛି । ସୁଡଙ୍ଗ ମଧ୍ୟ ରହିଛି । ଯାହାକି ଦେଶର ଅନ୍ୟ ରାଜ୍ୟଗୁଡିକରେ ଏହି ସୁଡଙ୍ଗ ଯୋଗ କରୁଛି ।
ଏହି କୂଅର ଆଉ ଏକ ଆଶ୍ଚର୍ଯ୍ୟଜନକ ବିଷୟ ଏହାକି ଯେ, ଅଗମ କୂଅ ଭିତରେ ୯ଟି କୂଅ ର୍ନିମାଣ କରିବା ପରେ ଖଜାନା ରଖିବା ପାଇଁ ୧୦ମ କୂଅ ଖୋଳା ଯାଇଥିଲା ଯେଉଁଠାରେ ଅଗମ କୂଅରେ ପାଣି ଥିବା ସତ୍ତେ୍ୱ ମଧ୍ୟ ୧୦ମ କୂଅରେ ପାଣି ରୁହେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ