ସହାୟତାର ହାତ ବଢ଼ାଇଛି କୋଲ ଇଣ୍ଡିଆ ଲିମିଟେଡ
ପାଟନାରୁ ବନ୍ୟା ଜଳ ନିଷ୍କାସନ ଲାଗି କୋଲ ଇଣ୍ଡିଆର ସହାୟତା ବିହାର ବନ୍ୟା ପ୍ରପିଡ଼ିତଙ୍କ ଲାଗି ସହାୟତାର ହାତ ବଢ଼ାଇଛି କୋଲ ଇଣ୍ଡିଆ ଲିମିଟେଡ । କୋଲ ଇଣ୍ଡିଆ ପକ୍ଷରୁ ଯୋଗାଇ ଦିଆଯାଇଥିବା ୪ଟି ଉଚ୍ଚଶକ୍ତିସମ୍ପନ୍ନ ପମ୍ପ ଜରିଆରେ ପାଟନାର ତଳିଆ ଆବାସିକ କ୍ଷେତ୍ର ପାଟଳିପୁତ୍ର କଲୋନୀ, ରାଜେନ୍ଦ୍ର ନଗର ଓ ଟିଭି ଟାୱାର ଅଂଚଳରୁ ଜଳ ନିଷ୍କାସନ କରାଯାଉଛି । ବନ୍ୟା ଯୋଗୁ ବିହାର ରାଜଧାନୀ ପାଟନା ବର୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଏପରି ସ୍ଥିତିରେ କୋଲ ଇଣ୍ଡିଆ ପକ୍ଷରୁ ଯୋଗାଇ ଦିଆଯାଇଥିବା ପମ୍ପ ଜଳ ପ୍ଳାବିତ ଅଂଚଳରୁ ଜଳ ନିଷ୍କାସନରେ ବେଶ ସହାୟକ ହୋଇଛି । ଦୁଇଟି ପମ୍ପରେ ମିନିଟ ପିଛା ୧୦୦୦ ଗ୍ୟାଲନ ଲେଖାଏଁ ଜଳ ନିଷ୍କାସିତ ହେଉଥିବା ବେଳେ ଆଉ ଦୁଇଟି ପମ୍ପରୁ ୫ହଜାର ଗ୍ୟାଲନ ଲେଖାଏଁ ଜଳ ନିଷ୍କାସିତ ହେଉଛି । ଫଳରେ ଏସବୁ ଅଂଚଳରେ ଜଳସ୍ତର ବ୍ୟାପକ ପରିମାଣରେ ହ୍ରାସ ପାଇଛି ।


