ଅଢେଇ ବର୍ଷ ପରେ ବସ ଟର୍ମିନାଲକୁ ଗଡ଼ିଲା ଯାତ୍ରୀବାହୀ ବସ୍‌

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ହିଞ୍ଜିଳିକାଟୁ ବସ ଟର୍ମିନାଲକୁ ଯାତ୍ରୀବାହୀ ବସ ଗଡ଼ିଛି । ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ବସ ଟିର୍ମନାଲର ଶୁଭ ଉଦଘାଟନ କରିବା ପରେ ଶୁକ୍ରବାର ସକାଳୁ ସଂପୃକ୍ତ ବସ୍ ଟର୍ମିନାଲ ମଧ୍ୟକୁ ଯାତ୍ରୀବାହୀ ବସ ପ୍ରବେଶ କରିଛି । ଏପ୍ରିଲ ୨୦୧୭ ମସିହାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ୩କୋଟି ୬୭ଲକ୍ଷ ଟଙ୍କା ବ୍ୟୟରେ ଏକ ବସ ଟର୍ମିନାଲ ନିର୍ମାଣ ସକାଶେ ଭକ୍ଟଚ୍ଛକ୍ଟ ପ୍ରସ୍ତର ସ୍‌ତାପନ କରିଥିଲେ । ପୁରୁଣା ବସଷ୍ଟାଣ୍ଡକୁ ଭଙ୍ଗାଯାଇ ଜୁନ ୨୦୧୮ ମସିହାରେ ବସ ଟର୍ମିନାଲ କାର୍ଯ୍ୟାରମ୍ଭ କରାଯାଇଥିଲା । ଡ଼ିସେମ୍ବର ୨୦୧୯ରେ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ମାର୍ଚ୍ଚ ୨୦୨୦ରେ ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପରେ ବସ ଟର୍ମିନାଲର ଉଦଘାଟନ କାର୍ଯ୍ୟକ୍ରମ ଘୁଂଚି ଘୁଂଚି ଚାଲିଥିଲା । ପରିଶେଷରେ ୧୧ ଫେବୃୟାରୀ ୨୦୨୧ ଗୁରୁବାର ସନ୍ଧ୍ୟାରେ ବସ ଟର୍ମିନାଲର ଲୋକାର୍ପଣ ଭିଡ଼ିଓ କନପେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିବା ପରେ ଶୁକ୍ରବାର ସକାଳୁ ବସ ଟର୍ମିନାଳ ମଧ୍ୟକୁ ବସ ଯାତାୟତ ଆରମ୍ଭ କରିଛି । ୩ ଲେନ ବିଶିଷ୍ଟ ବସ ଟର୍ମିନାଲର ପ୍ରତମ ଲେନରେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ, ଦ୍ୱିତୀୟ ଲେନରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାତାୟତ କରୁଥିବା ଯାତ୍ରୀବାହୀ ବସ ଗୁଡ଼ିକୁ ଯାତାୟତ କରୁଥିବା ବେଳେ ତୃତୀୟ ଲେନରେ ବ୍ରହ୍ମପୁର ଠାରୁ କଙ୍କୋରଡ଼ା, ଶେରଗଡ଼, ବ୍ରାହ୍ମଣଛାଇ ପ୍ରଭୃତି ଅଂଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ବସ ଗୁଡ଼ିକ ଯାତାୟତ କରୁଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ସକାଳୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ବସ ଟର୍ମିନାଲ ପରିସରରେ ପଂହଚି ଯାତ୍ରୀବାହୀ ବସର ଯାତାୟତ ପଥର ସମୀକ୍ଷା କରିଥିଲେ । ସଂପୃକ୍ତ ବସ ଟର୍ମିନାଲ ପରିସରରେ ଯାତ୍ରୀଙ୍କ ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବାରୁ ଯାତ୍ରୀ ଓ ଗାଡ଼ି ଚାଳକ ମାନେ ଖୁସିବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ