ଅଧିକ ସଂକ୍ରମିତ ଚିହ୍ନଟ ହେଲେ ଘୋଷିତ ହେବ ମାଇକ୍ରୋ କେଂଟନମେଂଟ ଜୋନ୍

ଭୁବନେଶ୍ୱର, (ୱାଇଏନ୍‌ଏସ୍‌):   କରୋନା ସଂକ୍ରମିତ ବହୁଳ ଅଂଚଳକୁ ଚିହ୍ନିତ କରି କେଂଟନମେଂଟ ଜୋନ୍ କିମ୍ବା ମାଇକ୍ରୋ କେଂଟନମେଂଟ ଜୋନ୍ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ । କେଂଟନମେଂଟ ଜୋନ୍ ଘୋଷଣା କ୍ଷମତା ଜିଲ୍ଲାପାଳ ଓ ପୌର ପ୍ରଶାସନ ନିକଟରେ ରହିବ । ସେହିଭଳି ଧର୍ମାନୁଷ୍ଠାନ ଭିତରକୁ କେତେ ଜଣ ଶ୍ରଦ୍ଧାଳୁ ଯିବେ ଓ ଧାର୍ମିକ କାମରେ କେତେ ଜଣ ସାମିଲ ହୋଇପାରିବେ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତି ଉପରେ ନିର୍ଭର କରିବ । ବୁଧବାର ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏପ୍ରିଲ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ରୁ ଏହା ଜଣାପଡିଛି । ଏସ୍‌ଆରସିଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ କୌଣସି ହଲ୍‌ରେ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ଖୋଲା ଜାଗାରେ ବିବାହ ଭୋଜି କରାଗଲେ, ଜାଗାର ଆକାରକୁ ଦେଖି ଅନୁମତି ଦିଆଯିବ । ତେବେ ତାହା ୨୦୦ରୁ ଅଧିକ ହେବ ନାହିଁ । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ଥର୍ମାଲ୍ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ । ଏଥିପାଇଁ ଆୟୋଜକ ସମସ୍ତ ବନ୍ଦୋବସ୍ତ ନିଶ୍ଚିତ କରାଇବେ । ସବୁ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର ଓ ପୁଲିସ୍ କମିସନର କୋଭିଡ୍ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହାର କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ