ଅଧ୍ୟାପକ ଦେବାଶିଷ ସ୍ୱାଇଁଙ୍କୁ ଲୋହରାଖଣ୍ଡି କବି ସମ୍ମାନ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ବାଇଁକୁ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ଅଭିପ୍ସା କଟେଜ, ଚକରା ବିଷୋୟୀ ଛକ, ଭଞ୍ଜନଗର ଠାରେ ଆୟୋଜିତ ଶୀତ କାଳୀନ ଆସରରେ ଲୋହରାଖଣ୍ଡି କବି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି। ଲୋହରାଖଣ୍ଡି ସାହିତ୍ୟ ସଂସଦର ସଭାପତି ଅବସରପ୍ରାପ୍ତ ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡକ୍ଟର ଅଶୋକ କୁମାର ଷଢଙ୍ଗୀ, କବୟିତ୍ରୀ ସୁଜାତା ଷଢଙ୍ଗୀ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ପରିଚାଳନା ସମ୍ପାଦିକା ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ମନମୋହନ ରଥ, ସ୍ୱାମୀ ବିରଜାନନ୍ଦ ସରସ୍ବତୀ ପ୍ରମୁଖ ବ୍ୟକ୍ତିତ୍ୱ ଦେବାଶିଷ ସ୍ୱାଇଁଙ୍କୁ ଲୋହରାଖଣ୍ଡି କବି ସମ୍ମାନ -୨୦୨୪ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରି ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।


