ଅନଙ୍ଗ କୃପାମୟପୁର ରେ ଦମନ ଟିମ

ଚିକିଟି,(କୁରେଶୁ ସାହୁ):ଗୁରୁବାର ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ମନୋଜ ପାଢ଼ୀ ଙ୍କ ନିର୍ଦେଶ କ୍ରମେ ଚିକିଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ପଂଚାୟତ ର ଆଦିବାସୀ ଇଲାକା ପାହାଡିଆ ଅଂଚଳ ଅନଂଗ କୃପାମୟୀ ପୁର ଗ୍ରାମ ରେ ଦମନ ଶିବିର କାର୍ଯ୍ୟକ୍ରମ ହୋଇଥିଲା, ପ୍ରଥମେ ଲୋକ ମାନଙ୍କୁ ମ୍ୟାଲେରିଆ ଏବଂ ଅନ୍ୟ ମଶା ବାହିତ ରୋଗ ଉପରେ ମ୍ୟାଲେରିଆ ପରିଦର୍ଶକ ଶ୍ରୀ ସୁଶାନ୍ତ ବାରିକ ସଚେତନ କରିଥିଲେ ଏବଂ ମଶାରୀ ଟାଣି ଶୋଇବା ପାଇଁ ଅନୁରୋଧ କରିଥିଲେ, ପରେ ଗ୍ରାମର ସମସ୍ତଙ୍କୁ ମ୍ୟାଲେରିଆ ନିମନ୍ତେ ରକ୍ତ ପରୀକ୍ଷା କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଦମନ ଶିବିର ରେ ମ୍ୟାଲେରିଆ ପରିଦର୍ଶକ ଙ୍କ ନେତୃତ୍ୱ ରେ ଏକ ଟିମ ଡ଼କ୍ଟର ପି ତ୍ରିବେଣୀ, ସ୍ୱାସ୍ଥ୍ୟ କର୍ମୀ ପାର୍ବତୀ ବିଶୋଇ, ଲାବ୍ରୋଟାରୀ ଟ୍ୱେଚନିସିଆନ ସୁନୀଲ ପଟ୍ଟନାୟକ, ଅଙ୍ଗନବାଡି ଜୋଛନା ନାୟକ, ଆଶା ଦିଦି ଇ ସ୍ନେହଲତା ପାତ୍ର ଓ ଦମୟନ୍ତୀ ପ୍ରଧାନ ଉପସ୍ଥିତ ଥିଲେ, ଗ୍ରାମବାସି ଏପରି କାର୍ଯ୍ୟକ୍ରମ କୁ ସାଧୁବାଦ ଜଣେଇବା ସହିତ ନେତୃତ୍ୱ କୁ ପ୍ରଶଂସା କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ