ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଛାତ୍ରାବାସ ଉଦଘାଟିତ
ଜଗତସିଂହପୁର(ଅନସୂୟା ରାଉତ): ବ୍ଲକ ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ କନ୍ତାର ଗ୍ରାମର ବହୁପୁରାତନ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ସୋମବାର ଅପରାହ୍ନରେ ବହୁପ୍ରତିକ୍ଷିତ ଛାତ୍ରାବାସ ଉଦ୍ ଘାଟିତ ହୋଇଅଛି ।ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସାଗର କୁମାର ନନ୍ଦ ଯୋଗଦେଇ ଏହି ଛାତ୍ରାବାସକୁ ଶୁଭ ଉଦ୍ ଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଧ୍ୟକ୍ଷ ମହୋଦୟ ଉପସ୍ଥିତ ଥିଲେ। କୋଭିଡ୍ କଟକଣା ମଧ୍ୟରେ ଏହି ପ୍ରତିକ୍ଷିତ ଦରିଦ୍ର ଓ କୃତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସହାୟତା ପ୍ରଦାନ କରିବ ଅଧ୍ୟକ୍ଷ ମହୋଦୟ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି ଏହି ମହାବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ସୁକ୍ଷ୍ୟାତି ଅର୍ଜନ କରିଅଛି।


