ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କୁ କରୋନା : ଛାତ୍ରୀ ନିବାସକୁ ନିଷେଧାଞ୍ଚଳ ଘୋଷଣା କଲା ପ୍ରଶାସନ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ମହକୁମାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜଣକ କରୋନା ସଂକ୍ରମଣ ହୋଇଥିବା ନେଇ ଛାତ୍ରୀ ନିବାସକୁ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ପକ୍ଷରୁ ନିଷେଧାଞ୍ଚଳ ଘୋଷଣା କରାଯାଇ ଥିବା ପ୍ରଧାନ ଶିକ୍ଷକ ମୁକେଶ କୁମାର ଦୁଗାଲ ସୂଚନା ଦେଇଛନ୍ତି । କିଛିଦିନ ତଳେ ଛାତ୍ରୀ ନିବାସର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଥଣ୍ଡା ଜ୍ୱର ହେଉଥିଲା । ଏହାର ଚିକିତ୍ସା ପାଇଁ ପ୍ରଥମେ କୋଭିଡ୍ ଟେଷ୍ଟ କରାଯାଇଥିଲା । ଟେଷ୍ଟରେ କରୋନା ସଂକ୍ରମଣ ଥିବା ଜଣାପଡ଼ିବା ପରେ ଛାତ୍ରୀଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇ ଚିକିତ୍ସା କରଯାଉଛି । ଏହାପରେ ଛାତ୍ରୀ ନିବାସର ସମସ୍ତ ଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା ହେଲେ ବାକି ସମସ୍ତଙ୍କ ନେଗେଟିଭ ରହିଥିବା ଜଣା ପଡ଼ିଥିବା ଗୋଷ୍ଠୀ ଜନସ୍ଵାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି । ଦଶମ ଶ୍ରେଣୀରେ ୮୦ଜଣ ଛାତ୍ରୀ , ଛାତ୍ରୀ ନିବାସରେ ରହି ଅଧ୍ୟୟନ କରୁଛନ୍ତି । ବର୍ତ୍ତମାନ ବିଦ୍ୟାଳୟରେ ପାଠପଢା ଦଶ ଦିନପାଇଁ ବନ୍ଦ ରଖିଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ଛାତ୍ରୀ ନିବାସର ଫାଟକରେ ନିଷେଧାଞ୍ଚଳ ପୋଷ୍ଟର  ମାରି ବାହାରୁ କେହି ଭିତରକୁ ଯିବେ ନାହିଁ କି ଭିତରୁ ମଧ୍ୟ କେହି ବାହାରକୁ ଆସିବା ନିଷେଧ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ନବମ ଶ୍ରେଣୀର ଛାତ୍ରଛାତ୍ରୀ ନିବାସକୁ ୧୬ତାରିଖରେ ଆସିବାର ସୂଚନା ରହିଛି । ହେଲେ ଏହି ଘଟଣା ପରେ ଉକ୍ତ ଛାତ୍ରୀ ନିବାସରେ ଛାତ୍ରୀ ମାନେ ୧୬ତାରିଖ ପରିବର୍ତ୍ତେ ୨୧ ତାରିଖରେ ଆସିବା ପାଇଁ ଅଭିଭାବକଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି । ସେହିପରି ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ସେମାନଙ୍କର ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରିବା ମଧ୍ୟ ବନ୍ଦ କରାଯାଇ ୨୧ ତାରିଖରେ ପ୍ରଦାନ କରିବା ନେଇ ସୂଚନା ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ