ବଳଙ୍ଗାରେ ବିଜେଡିର ସାଙ୍ଗଠନିକ ସମୀକ୍ଷା ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ନିମାପଡା (ସନ୍ତୋଷ ଦାଶ ): ଆଜି ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ର ବଳଙ୍ଗା ଠାରେ ବିଜୁ ଜନତା ଦଳର ଜୋନ ସ୍ତରୀୟ ସାଂଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜୁଜନତାଦଳ କୁ ଲୋକମାନଙ୍କ ନିକଟରେ ପହଂଚାଇବା କୁ ଦଳୀୟ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରି ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସାମୀର ରଞ୍ଜନ ଦାଶ ଙ୍କ ନେତୃତ୍ୱରେ ନିମାପଡ଼ା ବ୍ଲକ ର ବାମନlଳ, ଧନୁଆଁ, କୋଟକୋସlଙ୍ଗ, ଅନ୍ତୁଆର, ବରସୁଗୁଳା ପ୍ରଭୁତି 6 ଟି ପଂଚାୟତର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।


