ଅନ୍ତର୍ଜାତୀୟ ଉଡ଼ାଣ କଟକଣା ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ବେଗରେ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଜୁଲାଇ ୩୧ ଯାଏ ବଢ଼ାଇ ଦେଇଛି । ପୂର୍ବରୁ ଜୁଲାଇ ୧୫ ଯାଏ କଟକଣା ଲଗାଯାଇଥିଲା । ତେବେ କାର୍ଗୋ ତଥା ସ୍ୱତନ୍ତ୍ର ବିମାନ ଉଡ଼ାଣ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୩ ରୁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅନ୍ୟ ପକ୍ଷରେ ବିଭିନ୍ନ ପ୍ରକାର ଗାଇଡଲାଇନ ସହିତ ମେ’୨୫ ରୁ ଘରୋଇ ଉଡ଼ାଣ ଆରମ୍ଭ ହୋଇଚି । ବନ୍ଦେ ଭାରତ ମିସନର ଚତୁର୍ଥ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଯାଇଛି । ଏହା ଅଧୀନରେ ଏୟାର ଇଣ୍ଡିଆ ଜୁଲାଇ ୩ ରୁ ୧୫ ପର୍ଯ୍ୟନ୍ତ ୧୭ଟି ଦେଶରେ ୧୭୦ ବିମାନ ସଞ୍ଚାଳନ କରିବ । ବିଦେଶରେ ଫସିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ସରକାର ମେ’୬ ରୁ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି । ମିଶନର ଚତୁର୍ଥ ପର୍ଯ୍ୟାୟରେ କାନାଡ଼ା, ଆମେରିକା, ବ୍ରିଟେନ, କେନିଆ, ଶ୍ରୀଲଙ୍କା, ଫିଲିପାଇନ୍ସ, ସାଉଦି ଆରବ, ବାଲାଂଦେଶ, ଥାଇଲାଣ୍ଡ ସମେତ ୧୭ଟି ଦେଶରୁ ଭାରତୀୟଙ୍କୁ ଅଣାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ