ଅଭିନବ ଉପାୟରେ ଗହଣା ଦୋକାନୀ ର ସୁନା,ରୁପା ଅଳଙ୍କାର ଲୁଟ

କରଞ୍ଜିଆ, (କରଞ୍ଜିଆ): ଜିତେନ୍ଦ୍ର ରାଜ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାର ଭିତରୁ ବୁଧ ବାର ଦିନ ଅଭିନବ ଉପାୟରେ ଜଣେ ଗହଣା ଦୋକାନୀଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟ ର ସୁନା,ରୁପା ଅଳଙ୍କାର ଦୃବୁର୍ତ୍ତ ମାନେ ଲୁଟି ନେଇଥିବାର ଜଣାଯାଇଛି।ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବଜାର ର ଠାକୁରମୁଣ୍ଡା- ଉଦଳା ରାସ୍ତାରେ ଥିବା ପଦ୍ମାବତୀ ଜୁଏଲର ର ମାଲିକ ବିଶ୍ୱଜିତ ମହାପାତ୍ର ଦୋକାନ ର ସୁନା,ରୂପା ଅଳଙ୍କାର ବ୍ୟାଗ କୁ ନିଜ ବାଇକ ଡିକି ଭିତରେ ରଖି ଦିନ ପ୍ରାୟ ୧୧ ଟା ସମୟରେ ଦୋକାନ ଖୋଲିବ କୁ ଆସିଥିଲେ।ବାଇକ ଟି ଦୋକାନ ସମ୍ମୁଖରେ ରଖି ଦୋକାନ ତାଲା ଖୋଲିବାକୁ ଯାଇଥିଲେ।ଦୋକାନ ତାଲା ଭିତରେ ପୂର୍ବରୁ କେହି ଅଠା ଭର୍ତ୍ତି କରିଦେଈଥିଲେ।ଅଠା ଭର୍ତ୍ତି ହୋଇଥିବାରୁ ଦୋକାନୀ ତାଲା ଖୋଲିବାରେ ସମୟ ନେଇଥିଲେ।ଏହି ସୁଯୋଗରେ ଦୁର୍ବୁତ୍ତ ମାନେ ଦୋକାନ ସମ୍ମୁଖରେ ଥିବା ତାଙ୍କ ବାଇକ ଡିକି ତାଡି ଅଳଙ୍କାର ବ୍ୟାଗ କୁ ଲୁଟି ନେଇ ପଳାଇ ଯାଇଥିଲେ। ପରେ ଜୁଏଲର ଦୋକାନ ମାଲିକ ଦୁର୍ବୁତ୍ତ ମାନେ ବାଇକ ଡିକି ରୁ ଅଳଙ୍କାର ବ୍ୟାଗ କୁ ଲୁଟି ନେଇଥିବା ଜାଣି ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ସି ସି ଟିଭି ଆଧାର ରେତଦନ୍ତ କରୁଥିବାର ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ