ଅଭିନେତ୍ରୀ ଲତା ନୀୟକଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର,( ଯୁଗାବ୍ଦ ନ୍ୟୁଜ ):ଆଜି ସନ୍ଧ୍ୟା ସ୍ଥାନୀୟ ଅନ୍ୱେଷା କଳାକେନ୍ଦ୍ର ଠାରେ ବ୍ରହ୍ମପୁର ଅଗ୍ରଣୀ ନାଟ୍ୟନୁଷ୍ଠାନ ଓଡିଶା ନାଟକ ସମାରୋହ ସମିତି ତରଫରୁ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲତା ନାୟକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇସାରିଛି । ନାଟକ ସମାରୋହ ସମିତିର ସଭାପତି ଅନିଳ କୁମାର ପାତ୍ର ଙ୍କ ସଭାପତିତ୍ତ୍ୱ ରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ପରେ ପରେ ଉପସ୍ଥିତ ମଞ୍ଚନିର୍ଦ୍ଧେଶକ ନଳୀନି ଲୋଚନ ପାଣିଗ୍ରାହୀ ,ଜୟନ୍ତୀ ମିଶ୍ର , ସୁବାଷଚନ୍ଦ୍ର ସାହୁ , ଉଷା ରାଣୀ ମହାପାତ୍ର , ରବିନ୍ଦ୍ର କୁମାର ନାୟକ , ରାମଚନ୍ଦ୍ର ସାସମଲ , ସଂକର୍ଷମ ସାବତ , ଅମୂଲ୍ୟ ରଞ୍ଜନ ସାହୁ , କୈଳାସ ଚନ୍ଦ୍ର ପାଣିଗ୍ରାହୀ , ସୁନୀଲ କୁମାର ସ୍ୱାଇଁ , ଆରତୀ ପୀାତ୍ର , ଡଃ ମିହିର କୁମାର ତ୍ରିପାଠୀ ପ୍ରମୁଖ ସ୍ୱର୍ଗତା ନାୟକଙ୍କ ନାଟ୍ୟ ଜୀବନୀ ଉପରେ ଆଲୋଚନା କରିଥିଲେ । ସ୍ୱର୍ଗତା ଲତା ନାୟକ ନାୟକ ପ୍ରାୟ ୨୦୦ ରୁ ଉଦ୍ଧ୍ୱର୍ ନାଟକରେ ଅଭିନୟ କରି ସାରା ଓଡିଶାରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ଶେଷରେ ସମାରୋହ ସମିତିର ସାଧାରଣ ସଂପାଦକ ଡଃ ମିହିର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ