ଗଞ୍ଜେଇ କାରବାର ଦୁଇ ଅଭିଯୁକ୍ତଙ୍କୁ ଜେଲ

ପାରଳାଖେମୁଣ୍ଡି.(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଦୈରାଜଜଙ୍କ କୋର୍ଟରେ ଦୈରାଜଜ୍ ଏକ ମାମାମଲାର ଶୁଣାଣୀ କରି ଗଞ୍ଜେଇ କାରବାର ମାମାଲାରେ ଶୁଣାଣୀକରି ଅଭିଯୁକ୍ତ ଇଶ୍ରାଏଲ ରଇତ ଏବଂ ସାନୁ ଗମାଙ୍ଗଙ୍କୁ ୩ବର୍ଷ ଶଶ୍ରମ କାରାଣ୍ଡ ସହ ୧୦ ହାଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ କ୍ଷେତ୍ରରେ ଅତିରିକ୍ତ ୩ମାସ ଜେଲ ଦଣ୍ଡର ମଧ୍ୟ ଆଦେଶ ରହିଛି । ଗତ ୨୪-୧୧-୨୦୧୫ ସକାଳ ୮ଘଣ୍ଟା ସମୟରେ ପୋଲିସ ଏସ୍.ଆଇ. ଦୀଲୀପ କୁମାର ଲାକରା ଏବଂ ଆର୍.ଉଦୟଗିରି ଅବକରୀ ବିଭାଗର ଷ୍ଟାଫଙ୍କ ସମେତ ଗୁରୁସାହି ରଙ୍ଗେଇସିଂ ଗ୍ରାମକୁ ମିଳିତ ଚଢାଉ କରି ସେମାନେ ସେଠାରେ ବଡଧରଣର ସରକାରୀ ଜମିରେ ଗଞ୍ଜେଇ ଚାଷ ହେବାର ଦେଖିବାକୁ ପାଇଥିଲେ । ସେଠାରେ ଉପୋରକ୍ତ ଦଣ୍ଡିତ ଅପରାଧିଦ୍ୱୟ ଚାଷ କରୁଥିବାର ଖୋରାକ ମିଳିଥିଲା । ସେମାନେ ଗଞ୍ଜେଇ ଗଛକୁ ରକ୍ଷଣା ବେକ୍ଷଣ କରୁଥିଲେ ଏବଂ ତଙ୍କୁ ପଚରାଯିବାରୁ ସେମାନେ ଗଞ୍ଜେଇଚାଷ କରୁଥିବାର ସ୍ୱିକାର କରିଥିଲେ । ଉପସ୍ଥିତ ରାଜସ୍ୱବିଭାଗର ଅଧିକାରୀମାନେ ଜାଗାକୁ ଚିହ୍ନଟ କରିବାପରେ ତାହା ପ୍ରଶାସନର ଜାଗା ସେଥିରେ ଗଞ୍ଜେଇ ଗଛ ରୋପଣ କରିଥିବା ଜଣାପଡିଥିଲା । ପୋଲିସ ଉକ୍ତ ଗଞ୍ଜେଇଗଛରୁ କିଛି ନମୁନା ସଂଗ୍ରହ କରି ବାକି ସେହି ସ୍ଥାନରେ ନଷ୍ଟ କରାଯାଇଥିଲା । ଏହି ମୁଦାଲା ମାନଙ୍କ ନାମରେ ଏନ.ଡି.ପି.ଏସ୍.ର ୨୦(ଏ)(ଆଇ) ପ୍ରକାରେ ମାମଲା ଚାଲୁ ରହିଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୭ଟି ସାକ୍ଷୀ ବିଚାର କରାଯାଇଥିବାବେଳେ ବିଭିନ୍ନ ନଥିପତ୍ର ଦାଖଲ କରାଯାଇଥିଲା । ସରକାରଙ୍କ ପକ୍ଷରୁ ପି.ପି. ଶରତ ଚନ୍ଦ୍ର ପ୍ରଧାନ ମାମଲା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ