ଅମିତ ଶାହାଙ୍କ କୁଶପୁତ୍ତୁଳିକା ଦାହ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡିଶା ଗସ୍ତ ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତୁଳିକା ଦାହ କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ୟ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଏହି ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା ।
ଦେଶରେ ତଥା ଦିଲ୍ଲୀରେ ଦଙ୍ଗା ପାଇଁ ଦାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମିତ୍‌ ଶାହାଙ୍କ କୁଶପୁତଳିକା ଦାହ କରିଛନ୍ତି । ଗୁଜୁରାଟ ଦଙ୍ଗାକାରୀ ଆଜି ଦେଶରେ ଦଙ୍ଗା କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସେତେବେଳେ ଏମାନଙ୍କୁ ମୌତ୍ କା ସୌଦାଗର କହିଥିଲେ । ଗୁଜୁରାଟ ମଡେଲରେ ଭାରତବର୍ଷର ବିକାଶ ନାରା ଦେଇଥିବା ପ୍ରଧାନମନ୍ତ୍ରୀ ଆଜି ଭାରତରେ ଗୁଜୁରାଟ ମଡେଲ ଦଙ୍ଗା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ