୮୩ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨.୮୦ କୋଟି ଟଙ୍କା ଋଣ

ପୋଲସରା, (ଅନିଲ ମହାରଣା): ଓଡିଶା ସରକାରଙ୍କ ମିଶନ ଶକ୍ତି ଦ୍ୱାରା ଅଗଷ୍ଟ ୧୦ ତାରିଖ ଦିନ ପୋଲସରା ବ୍ଳକ ଅନ୍ତର୍ଗତ ହାତୀଓଟ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୮୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୨.୮୦ କୋଟି ଟଙ୍କା ଋଣ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ସହାୟତାରେ ଏଚ.ଡି.ଏଫ.ସି. ବ୍ୟାଙ୍କ ମାଧ୍ୟମରେ ୮୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏହି ଋଣ ପ୍ରଦାନ କରା ଯାଇଥିବା ବେଳେ ବିଧାୟକ ନିଜ ବକ୍ତବ୍ୟରେ ସରକାରଙ୍କ ଯୋଜନାର ସୁଫଳ ରୂପାୟନ ଦେଇ ପୋଲସରା ବ୍ଲକକୁ ଆଗକୁ ନେବାକୁ ଆହ୍ୱାନ ଦେଇଥିଲେ। ସେହିପରି ବିଡ଼ିଓ ସୁରଞ୍ଜନ କୁମାର ସାହୁ,ରାଜ୍ୟର ବିଭିନ୍ନ ସ୍ୱୟଂ ସହାୟକ ଗୃପ ନିଜର ଉପ୍ତାଦନ ସାମଗ୍ରୀ ବିକ୍ରିକରି କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହା ପ୍ରକାଶ କରିଥିଲେ। ବଲାଙ୍ଗୀର ଜିଲ୍ଲା, ଲୋଇସିଂହା ବ୍ଲକର କୁସୁମେଲ ଗ୍ରାମର ମା ଶକ୍ତିରୂପା ଗୃପ ରାଜ୍ୟ ମିଶନ ଶକ୍ତି ମେଳାରେ ୬ ଲକ୍ଷ ଟଙ୍କାର ଆଖୁବଡ଼ି ବିକ୍ରିକରି ଶ୍ରେଷ୍ଠ ବିବେଚିତ ହୋଇ ଡିଜିଟାଲ ମାର୍କେଟ ପାଇଁ ମନୋନୀତ ହୋଇଥିବା ବେଳେ ପୋଲସରା ବ୍ଲକ ସ୍ୱୟଂ ସହାୟକ ଗୋଷ୍ଠୀ ସେହିପରି ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଋଣ ମେଳା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ପୋଲସରା ଶାଖା ପରିଚାଳକ, ବ୍ଲକ ବିପିଏମ୍ ସଞ୍ଜୁ ସାହୁ, ସୁପ୍ରଭାଇଜର ସଚଳା ପଣ୍ଡା, ହାତୀଓଟ ସରପଞ୍ଚ ନାରାୟଣ ସେଠୀ, ସମିତି ସଭ୍ୟା ପ୍ରତିନିଧି ମୁନା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ଚେକ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ