ଅର୍ଜ୍ଜୁନ ବେହେରାଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା -କମ୍ୟୁନିଷ୍ଠ ପାର୍ଟିର ପ୍ରାକ୍ତନ ରାଜ୍ୟ ପରିଷଦ ସଦସ୍ୟ,କୈବର୍ତ୍ତ୍ୟ ସଙ୍ଘର ପ୍ରାକ୍ତନ ରାଜ୍ୟ ସଭାପତି,ତିକ୍ଷୀରୀ ଗ୍ରାମପଂଚାୟତର ୫ଥର ସରପଂଚ ଓ ୧୯୭୪ ଚାଷୀ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସୂର୍ଗତ ଅର୍ଜ୍ଜୁନ ବେହେରାଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ଆସନ୍ତା ୯ତାରିଖ ରବିବାର ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ସାଥି ଅର୍ଜ୍ଜୁନ ଚରଣ ବେହେରା ସ୍ମୃତି କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହେବ । ସେହି ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ମୁଖ୍ୟବକ୍ତା ଭାବେ ଶଶୀଭୂଷଣ ବେହେରା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଡଃ.କୁଳମଣି ସାମଲ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ଜଗନ୍ନାଥ ମିଶ୍ର, ଅଭୟ ସାହୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅଧ୍ୟାପକ ଅଜୟ ସାମଲ, ସିପିଆଇ(ଏମ) ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ, ଗଣେଶ୍ୱର ମେକାପ, ନିରଞ୍ଜନ ମେକାପ, ଉମେଶ ଚନ୍ଦ୍ର ସିଂ, ଅବନ୍ତୀ ବେହେରା, ବିଧୁଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


