ଅଲୋଡ଼ା ଏଆଇସିସି ସଭ୍ୟ ହଳଧରଙ୍କୁ ନେଇ ପଞ୍ଚାୟତରେ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପଞ୍ଚାୟତ ନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ କୈାଣସି ଦାୟିତ୍ୱ ଦିଆଯାଇ ନ ଥିଲେ ମଧ୍ୟ ସେ ନିଜ ଉଦ୍ୟମରେ ବିଭିନ୍ନ ପଞ୍ଚାୟତ ବୁଲି କଂଗ୍ରେସ ସଂଗଠନକୁ ମଜଭୁତ କରିଛନ୍ତି । ଏଥିସହ ନିଜର ସମସ୍ତ ସାଧନ ସେ ପ୍ରାର୍ଥୀମାନଙ୍କ ପାଇଁ ଦେଇଛନ୍ତି । ଯାହାକୁ ନେଇ କେନ୍ଦ୍ରାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚର୍ଚ୍ଚା ଚାଲିଛି । ଶ୍ରୀ ସେଠୀ କହିଛନ୍ତି ମୁଁ କେନ୍ଦ୍ରାପଡ଼ାର ବାସିନ୍ଦା । କେନ୍ଦ୍ରାପଡ଼ା ମାଟି ସହ ମୁଁ ଓତପ୍ରୋତ ଭାବେ ଜଡ଼ିତ । ମୋତେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ କୌଣସି ଦାୟିତ୍ୱ ଦିଆଯାଇନାହିଁ । ସେଥିରେ ମୁଁ ବିଚଳିତ ନୁହେଁ । କାରଣ ମୁଁ ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ଭାବେ ମୋର ବିଭିନ୍ନ ପଞ୍ଚାୟତରେ ବେଶ ଲୋକପ୍ରିୟତା ରହିଛି । ବିଭିନ୍ନ ପଞ୍ଚାୟତକୁ ଯାଇ ମୁ ସରପଞ୍ଚ ପ୍ରାର୍ଥୀମାନଙ୍କୁ ଭେଟି ସେମାନଙ୍କୁ ବିଜୟ ମନ୍ତ୍ର ଦେଇଛି ବୋଲି ଶ୍ରୀ ସେଠୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ