ଅଲ୍ ଓଡ଼ିଶା ରଜକ ମହାସଂଘ ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଲ ଓଡ଼ିଶା ରଜକ ମହାସଂଘ ତରଫରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କର ୧୩୩ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ପଦଯାତ୍ରା ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କଠାରୁ ବାହାରି ଏ.ଜି ଛକ ପର୍ଯ୍ୟନ୍ତ ଯାଇ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ବଂଶୀଧର ସେଠୀ, ସାଧାରଣ ସମ୍ପାଦକ ଶ୍ରୀ ରୋହିତ କୁମାର ସେଠୀ, ଉପସଭାପତି ଶ୍ରୀ ମିହିର ରଞ୍ଜନ ସେଠୀ, ଶ୍ରୀଯୁକ୍ତ ରବି ନାରାୟଣ ସେଠୀ, ଶ୍ରୀ ଆର୍ତ୍ତତ୍ରାଣ ସେଠୀ, ଶ୍ରୀ ଶରତ କୁମାର ସେଠୀ, ସଭ୍ୟ, ସଭ୍ୟା ଓ ଅନ୍ୟାନ୍ୟ କର୍ମକର୍ତ୍ତା, ପ୍ରମୁଖ ଯୋଗଦାନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂର୍ବ ସନ୍ଧ୍ୟାରେ ମହାସଂଘର କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ୫-ଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ଭେଟି ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ବାବା ସାହେବ ଆମ୍ବେଦକରଙ୍କ ନାମରେ ନାମିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ