ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟର ଫର୍ ପୋଷ୍ଟ ଗ୍ରାଜୁଏଟ ଷ୍ଟଡିଜ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିସହିତ ଡିଏସ୍‌ଡବ୍ଲୁ ଲକ୍ଷ୍ମଣ କୁମାର ବାବୁ, ଡିନ୍ ପିଜିଏଫ୍ କମ୍ ଡ଼ିଆରଆଇ ପ୍ରଫେସର ସଞ୍ଜୟ କୁମାର ଦାସ, ଡିନ୍ ଏକ୍ସଣ୍ଟେନ ଏଜୁକେଶନ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ଡିନ୍ ପ୍ରଫେସର ତୃପ୍ତି ମହାପାତ୍ର, ଛାତ୍ର ପରାମର୍ଶଦାତା ଡଃ ଜ୍ୟୋତିରଞ୍ଜନ ମହାନ୍ତି, ବାୟୋଇନଫମେଟିକ ମୁଖ୍ୟ ଡଃ ସୁକାନ୍ତ କୁମାର ପ୍ରଧାନ, ଏମ୍‌ବି ମୁଖ୍ୟ ଡଃ ସନ୍ନତ ମିଶ୍ର, ସିଏସ୍‌ଏ ମୁଖ୍ୟ ମିଷ୍ଟର ଅଭିମନ୍ୟୁ ଦାଶ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଭୁବନେଶ୍ୱର ରେଡ଼କ୍ରସ ସଂସ୍ଥା ଏବଂ ସିପିଜିଏସ୍ ଏସ୍‌ଏସ୍‌ଜି କମିଟିର ମିଳିତ ଉଦ୍ୟମରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରୁ ମୋଟ ୫୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏସ୍‌ଏସ୍‌ଜି କମିଟି ପରାମର୍ଶଦାତା ଶ୍ରୀମତୀ ଦେବସ୍ୱପ୍ନା ମିଶ୍ର, ଅଧ୍ୟକ୍ଷା ସୁଶ୍ରୀ ଭାଗ୍ୟଶ୍ରୀ ରାଉଳ, ଉପାଧ୍ୟକ୍ଷା ସୁଶ୍ରୀ ମୌସୁମୀ ବେହେରା ଏବଂ ରେଡ଼କ୍ରସ ମେଡ଼ିକାଲ ଅଫିସର ଡଃ ପି.କେ ମହାରଣାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଶିବିରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ