ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା ଏସିବି ଫାଉଣ୍ଡେସନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା ଏସିବି ଫାଉଣ୍ଡେସନ । ହାଟଡିହି ବ୍ଲକ ବାଲିବରେଇ ଗ୍ରାମର ବିକ୍ରମ ପୁହାଣ ନାମକ ଜଣେ ବ୍ୟକ୍ତି ଯେକି ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦରେ କାମ କରୁଥବବାବେଳେ ଅସୁସ୍ଥ ହେବାରୁ ଟ୍ରେନରେ ଘରକୁ ପଳାଇ ଆସୁଥିଲେ । ମାତ୍ର ଘରେ ପହଞ୍ଚିବା ପୁର୍ବରୁ ବାଟରେ ସେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଘରେ ତାଙ୍କର ବିଧବା ପତ୍ନୀ ଓ ୮ବର୍ଷର ଭିନ୍ନକ୍ଷମ ପୁଅ ଓ ୪ବର୍ଷର ଏକ ଝିଅ ଥିବାବେଳେ ପରିବାରଟି ବିକ୍ରମଙ୍କ ମୃତ୍ୟୁପରେ ବେସାହାରା ହୋଇ ପଡିଛି । ପୁଅ ଓ ଝିଅର ଭବିଷ୍ୟତ ନେଇ ତାଙ୍କ ସ୍ତ୍ରୀ ସମ୍ପୁର୍ଣ୍ଣ ଭାଙ୍ଗିପଡିଛନ୍ତି । ଏହା ଦେଖି ଆଜି ଏସବି ଫାଉଣ୍ଡେସନର ଅଧ୍ୟକ୍ଷ ଅଷଲଖ ଚନ୍ଦ୍ର ବେହେରା, ଉପସଭାପତି ତଥା ପୁର୍ବତନ ହାଟଡିହି ବ୍ଲକ ଶିକ୍ଷାଅଧିକାରୀ ସୁରଥ କୁମାର ସାହୁ, କର୍ମକର୍ତ୍ତା ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ର ବେହେରା, ବରେନ୍ଦ୍ର ବେହେରା ପ୍ରମୁଖ ତାଙ୍କ ଘରେ ପହଞ୍ଚି ବିଧବାପତ୍ନୀ ଓ ପିଲାମାନଙ୍କୁ ଶୀତବସ୍ତ୍ର ଓ ପିନ୍ଧାବସ୍ତ୍ର ପ୍ରଦାନ କରିବା ସହିତ ଅଧିକ ସହଯୋଗ କରିବାପାଇଁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ