ପନ୍ଦାଡୋ ନିକଟରେ ଠିକା ସଂସ୍ଥାର ମାଟି ପରିବହନକୁ ନେଇ ଉତ୍ତେଜନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାରେ ଆନନ୍ଦପୁର ଠାରୁ ବିଦ୍ୟାଧରପୁର ପର୍ଯ୍ୟନ୍ତ ଖେଳା ଯାଇଥିବା କେନାଲର ମାଟିକୁ ଠିକାସଂସ୍ଥା ବାହାରକୁ ନେଇଯାଉ ଥିବାରୁ ଏହାକୁ ନେଇ ପନ୍ଦାଡୋ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ମେସିନି ସହ କିଛି ହାଇୱା ଟ୍ରକକୁ ଅଟକାଇ ଏହାର ପ୍ରତିବାଦ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ଆଗରୁ କାମ ନେଇଥିବା ଠିକାଦାର କେନାଲ ଖୋଳିବା ସମୟରେ ଯେଉଁ ମାଟିକୁ କେନାଲ ବନ୍ଧ କଡେ କଡେ ଜମା କରିଥିଲା ଏବେ କାମ କରୁଥିବା ଏଆରଏସଏସ ନାମକ ଠିକା ସଂସ୍ଥା ତାହାକୁ ବେଆଇନ ଭାବେ ବାହାରକୁ ପରିବହନ କରୁଛି । ଖାଲି ମାଟି ନୁହଁ କେନାଲ ଖୋଳାରୁ ବାହାରିଥିବା ମୋରମ କୁ ମଧ୍ୟ ବାହାରକୁ ଚାଲାଣ କରୁଥିବା ନେଇ ଅଭିଯୋଗ କରିଥିଲେ । ତହସିଲ କର୍ତ୍ତୁପକ୍ଷ ଏନେଇ କୌଣସି ଅନୁମତି ଦେଇ ନଥିବାବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ଢ଼େଙ୍କା ରୁ ଝଣଝଣା ପର୍ଯ୍ୟନ୍ତ ମାଟି ମୋରମ ପରିବହନ ପାଇଁ ଅନୁମତି ପାଇଥିବାବେଳେ ଏବେ ଠିକାସଂସ୍ଥାର କର୍ତ୍ତୁପକ୍ଷ ସବୁ ସ୍ଥାନରୁ ମାଟି ଉଠାଇ ନେଇ ଯାଉଛନ୍ତି ଓ ଏହି ମାଟି ଚାଲାଣ ଦ୍ୱାରା ରାସ୍ତାଘାଟ ଗୁଡିକ ମଧ୍ୟ ମାଟି ପଡି ପଡି ପିୁ ଓ କଂକ୍ରିଟ ରାସ୍ତା ଗୁଡିକ ମାଟି ରାସ୍ତାରେ ପରିଣତ ହୋଇ ଗଲାଣି ବୋଲି ଅଭିଯୋଗ କରି ଅନେକ ଗ୍ରାମବାସୀ ଗାଡି ବନ୍ଦ କରିଥିଲେ । ଏହାକୁନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଠିକା ସଂସ୍ଥାର କ୍ଷେତ୍ର ପରିଚାଳକ ରହେମାନ ଖାଁଙ୍କୁ ପଚାରିବାରେ ସେ ଶୁନ ରୁ ୨୮ କିଲୋମିଟର ପର୍ଯ୍ୟନ୍ତ ମାଟି ଓ ମୋରମ ପରିବହନ ପାଇଁ ଅନୁମତି ପାଇଥିବାବେଳେ କିଛି ଲୋକ ଆମକୁ ଚାନ୍ଦା ମାଗୁଛନ୍ତି, ଚାନ୍ଦା ନଦେବାରୁ ଆମ ଗାଡିକୁ ଅଟକ ରଖିବା ସହିତ କାମ ବନ୍ଦ କରୁଛନ୍ତି । ତେଣୁ ଏ ସମ୍ପର୍କରେ ଆମେ ପୁଲିସକୁ ଜଣାଇବୁ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ