ଅସହାୟ ପ୍ରିୟଙ୍କାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ମୋହିତ ଫାଉଣ୍ଡେସନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲାର ଈଶ୍ୱରପୁର ଗ୍ରାମର ମନୋଜ ପଟ୍ଟନାୟକଙ୍କ ଝିଅ ପ୍ରିୟଙ୍କା ପଟ୍ଟନାୟକ ଦୀର୍ଘ ୭ ମାସ ଧରି ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଯାହା ସଂପତି ଆଉ ଟଙ୍କା ଥିଲା ସବୁ ଝିଅ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି ପ୍ରିୟଙ୍କାଙ୍କ ବାପା । ବର୍ତମାନ ଅଧିକ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଏହି ଖବର ପାଇଲା ପରେ ଗତ ରବିବାର ଦିନ ମୋହିତ ଫାଉଣ୍ଡେସନ ପରିବାର ପକ୍ଷରୁ କିଛି ଅଗ୍ରଣୀ ସଦସ୍ୟମାନେ ଭୁବନେଶ୍ୱର ଏମ୍ସ ମେଡିକାଲକୁ ଯାଇ ପ୍ରିୟଙ୍କାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସୀମାଂଚଳ ରାଉତ ବିଜୟ ମଲ୍ଲିକ, ନିହାର ରଂଜନ ଦାଶ, ମଳୟ ପଣ୍ଡା ପ୍ରମୁଖ ଏମ୍ସ ହସ୍ପିଟାଲ ପହଁଚି ସହାୟତାର ହାତ ବଢ଼ାଇଥିଲେ । ପ୍ରଚ୍ଛଦପଟରେ ମୋହିତ ଫାଉଣ୍ଡେସନର ଅଧ୍ୟକ୍ଷ ମଂଟୁ ପତ୍ରି ଓ ମୁଖ୍ୟ ଉପଦେଷ୍ଟା ରୋହିତ ନାୟକ ଏହି ସାମାଜିକ କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ