ଅସାଧୁ ବେପାରୀଙ୍କ କବଜାରେ କପା ଚାଷୀ
ଶେରଗଡ଼, (ଦେବୀ ପ୍ରସାଦ ଦାଶ): କରୋନା ଆତଙ୍କରେ ସମଗ୍ର ବିଶ୍ୱ ର ଜନ ସାଧାରଣ ଆତଙ୍କିତ ହୋଇଥିବା ବେଳେ ! କପା ଚାଷୀ ମାନଙ୍କର ଦୁଃଖ ବି ଏଥିରେ ସାମିଲ ହୋଇଛି ସରକାରୀ ଦର ୫୮ ଟଙ୍କା ଥିବା ବେଳେ ମାତ୍ର ଶାଗ ମାଛ ଦର ଭଳି ମାତ୍ର ୩୧ ଟଙ୍କା ରେ ବିକ୍ରି ହୋଇଛି କପା ! ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ମଣ୍ଡି ନାହିଁ ବୋଲି ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି !ଶେରଗଡ଼ ବ୍ଲକ ରେ ୨ ଦୁଇ ଦିନ ହେଲା ଅସାଧୁକପା ବ୍ୟବସାୟୀ ମାନେ ୩୦ ରୁ ୩୧ ଟଙ୍କା ଦର ରେ କପା କ୍ରୟ କରିବାର ଦେଖିବାକୁ ମିଳିଛୁ! ଶେରଗଡ଼ ବ୍ଲକ ର ଲାଞ୍ଜିଆପଲି ଓ ଅଶୋକ ପୁର ରେ କପା ମାତ୍ର ୩୦ ଟଙ୍କା ବେୟ ରେ କ୍ରୟ କରିଥିବା ବେଳେ ଆଜି ନରେନ୍ଦ୍ରପୁର ରେ ମାତ୍ରା ୩୧ ଟଙ୍କା ରେ କପା କ୍ରୟ କରିଛନ୍ତି ! ଫଳ ରେ ଲୋକ ମାନଙ୍କ ମଧ୍ୟରେ ରେ ଅସନ୍ତୋଷ ଦେଖା ଦେଇଛି ଗତବର୍ଷ ୪୫ ରୁ ୪୮ ଟଙ୍କା ରେ କପା ବିକ୍ରି ହୋଇଥିଲା ବେଳେ ଚଳିତ ବର୍ଷ ଜାନୁଆରୀ ମାସ ରୁ କପା ଅମଳ ହୋଇ ଘର ବାରଣ୍ଡା ରେ ପଡ଼ି ରହିଥିଲା ! ଲକ ଡାଉନ ରେ କମ୍ପାନୀ ବନ୍ଧ ହେବା ଫଳ ରେ ବାହାର ଜିଲ୍ଲା ରୁ ରାୟଗଡ଼ା, ସମ୍ବଲପୁର ,ଏବଂ ପଡ଼ୋଶୀ ଆନ୍ଧ୍ର ରୁ ବେପାରୀ ଆସିନଥିଲେ ଫଳ ଲୋକ ମାନଙ୍କ ଆଶା ଆଶା ହିଁ ରହିଯାଇଥିଲା !ଶେରଗଡ଼ ଅଞ୍ଚଳରେ ଚାଷୀ ମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଦାବି ହୋଉଛି ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଏକ କପାମଣ୍ଡି ଖୋଲା ଯାଉ , ଯଦି ଆଗାମୀ ଦିନରେ କପାମଣ୍ଡି ନ ହୁଏ ତାହାଲେ ଚାଷୀ କପାଚାଷ ନ କରିବା ପାଇଁ ସ୍ଥିର କରିଛନ୍ତି ,ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବେ ବୋଲି ସାଧାରଣ ରେ ଦାବି ହେଉଛି


