ଅସାଧୁ ବ୍ୟବସାୟୀ ଙ୍କ ଆଳୁ କିଲୋ ୩୬ ଟଙ୍କା ପ୍ରଶାସନ ନୀରବ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନା ବିପତ୍ତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଲେ ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ଆସନ୍ତା ୩୧ ପର୍ଯ୍ୟନ୍ତ ଲକ୍ ଡାଉନ ଜାରି ରଖିଛନ୍ତି ।ଗଞ୍ଜାମ ଜିଲ୍ଲାରେ କରୋନାରର ଜଟିଳ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରେଡ୍ ଜୋନ୍ ଅଞ୍ଚଳରେ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସଟ୍ ଡାଉନ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।କରୋନା ପାଇଁ ଲକ ଡାଉନ ଓ ସଟ୍ ଡାଉନ ଲୋକଙ୍କ ଜୀବନ ଜିବିକା ଉପରେ ସିଧାସଳଖ ପ୍ରଭାବ ପକାଇଛି ।ଏହାର ସୁଯୋଗ ନେଇ ବହୁ ଅସାଧୁ ବ୍ୟବସାୟୀ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି ।ବହୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ଆକାଶଛୁଆଁ ପରିବା ଦର ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ବେଲଗୁଣ୍ଠା ସହରର ଜିଲ୍ଲାର ଏକ ପ୍ରମୁଖ ରେଡ୍ ଜୋନ୍ ପାଲଟିଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି ।ପନିପରିବା ବ୍ୟବସାୟ ପାଇଁ ବେଲଗୁଣ୍ଠା ଏକ ପ୍ରମୁଖ ସ୍ଥଳୀ ହୋଇଥିବା ବର୍ତ୍ତମାନ ଏଠାରେ ପନିପରିବା ଦର ବୃଦ୍ଧି ଜନସାଧାରଣଙ୍କ ଚିନ୍ତାର କାରଣ ହୋଇଛି ।ବିଶେଷ କରି ଆଳୁ କିଲୋ ପିଛା ପାଖାପାଖି ୪୦ ହୋଇଥିବା ଅଢ଼େଇ କିଲୋ ୯୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ କିଲୋ ପିଛା ୭୦/୮୦ ଟଙ୍କା ।ଧନୀ ଲୋକଙ୍କ ପାଇଁ କୌଣସି ପ୍ରକାର ଅସୁବିଧା ହେଉନଥିବା ବେଳେ ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ଙ୍କ ପାଇଁ ସ୍ଥିତି ଚିନ୍ତାଜନକ ହୋଇଛି ।ବହୁ ଅସାଧୁ ବ୍ୟବସାୟୀ ଆଳୁ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖି ଲାଭଖୋର ମନୋଭାବ ନେଇ ଦରବୃଦ୍ଧି କରୁଥିବା ଅଭିଯୋଗ ହେଉଛି ।କରୋନା କାଳର ଏପରି ଦରବୃଦ୍ଧି ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ