ଧୂମୁଛାଇ ସରପଞ୍ଚ ଙ୍କ ଅକାଳ ବିୟୋଗ ରାଷ୍ଟ୍ରୀୟ ସମ୍ନାନ ସହ ଶେଷକୃତ୍ୟ ସମ୍ପନ୍ନ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଧୂମୁଛାଇ ପଞ୍ଚାଯତର ସରପଞ୍ଚ ତଥା କରୋନା ଯୋଦ୍ଧା ମନୋଜ ପ୍ରଧାନଙ୍କ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗତ ରାତ୍ର ଏଗାର ଘଣ୍ଟା ସମୟରେ ଅକାଳ ବିୟୋଗ ଘଟିଛି ।ଗତ କିଛି ଦିନ ହେବ ଶ୍ରୀ ପ୍ରଧାନ ଜ୍ଵର ରେ ପୀଡିତ ଥିଲେ ।ଦେହ ଅସୁସ୍ଥ ସତ୍ତ୍ୱେ ପଂଚାୟତ ର କାର୍ଯ୍ୟ କରିବା ସହ ସଙ୍ଗରୋଧରେ ଥିବା ପ୍ରବାସୀ ମାନଙ୍କ କଥା ବୁଝୁଥିଲେ ।ଗତ ରାତ୍ର ୧୦.୩୦ ମିନିଟ ସମୟ ରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ଅକସିଜେନ ଦେଇଥିଲେ ।ରାତ୍ର ୧୧.୧୫ ମି ସମୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବିଡିଓ ଶଶିଭୂଷଣ ମହାପାତ୍ର, ବେଲଗୁଣ୍ଠା ବ୍ଲକ ର ବହୁ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ,ତଙ୍କର ବହୁ ସମର୍ଥକ ଡାକ୍ତରଖାନା ରେ ପହଞ୍ଚିଥିଲେ ।ତାଙ୍କୁ ଜ୍ଵର ଓ ନିଶ୍ବାଶ ପ୍ରଶ୍ବାଶ ନେବାରେ ଅସୁବିଧା ହେଉଥିଲା ।ଏହା କାରୋନା ଲକ୍ଷଣ ହୋଇଥିବାରୁ ତାଙ୍କର ସମର୍ଥକମାନେ ମନୋଜଙ୍କ କରୋନା ପରୀକ୍ଷା କରିବା ପାଇଁ ଦାବି କରିଥିଲେ ।ପରେ ପ୍ରଶାସନ ତରଫରୁ ତାଙ୍କର ଆଣ୍ଟିଜେନ ଟେଷ୍ଟ କରଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିବା ପରେ ପୁଣି ସ୍ଵାବ ସଂଗ୍ରହ କରଯାଇଥିଲା ।ଆଜି ସକାଳେ ଭଞ୍ଜନଗର ଠାରେ ଶବ ବ୍ୟବଚ୍ଛେଦ ହେବ ପରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ତାଙ୍କୁ ବିଦାୟ ଜଣାଯାଇଥିଲା ।କୋଭିଡ ପାଇଁ ଭଞ୍ଜନଗର ଊପଖଣ୍ଡରେ ଅବସ୍ଥାପିତ ଏ.ଡି.ଏମ ବିଶାଳ ସିଂହ ,ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ଭଞ୍ଜନଗର ଏସ.ଡି.ଏମ.ଓ ଶୀତାଂଶୁ ଶେଖର ଶତପଥି,ବେଲଗୁଣ୍ଠା ତହସିଲଦାର ସରୋଜ ବେହେରା,ବି.ଡି.ଓ ଶଶିଭୂଷଣ ମହାପାତ୍ର,ଏସ.ଡି.ପି.ଓ ସୁଧାଂଶୁ ଶେଖର ମିଶ୍ର ,ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ତାଙ୍କ ମରଶରୀର କୁ ନିଜ ଗ୍ରାମ ଧୂମୁଛାଇ ନିଆଯାଇଥିଲା ।ସେଠାରେ ନିଜର ପ୍ରିୟା ନେତା ତଥା ମନୋଜ ଭାଇ ଙ୍କୁ ହରାଇ ଧୂମୁଛାଇ ଗ୍ରାମ ପୁରା ସ୍ତବ୍ଧ ହୋଇଯାଇଥିଲା ।ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ପ୍ରଶାସନର ବାରଣ ସତ୍ତ୍ୱେ ସହ ସହ ସମର୍ଥକ ତାଙ୍କ ଶବ ଶୋଭାଯାତ୍ରା ରେ ଯାଇଥିଲେ ।ମନୋଜଙ୍କ ପୁଅ ସୁଜନ ପ୍ରଧାନ ମୁଖାଗ୍ନି ଦେଇଥିଲେ ।ମନୋଜ ମୃତ୍ୟୁ ରେ ବେଲଗୁଣ୍ଠା ବ୍ଲକ ପ୍ରଶାସନ,ବେଲଗୁଣ୍ଠା ବ୍ଲକ ର ସମସ୍ତ ସରପଞ୍ଚ ,ସମିତି ସଭ୍ୟ ,ଜିଲା ପରିଷଦ ସଭ୍ୟ,ବେଲଗୁଣ୍ଠା ପ୍ରେସ କ୍ଲବ ତରଫ ରୁ ଶୋକବ୍ୟକ୍ତ କରାଯାଇଛି ।କମ ଦିନ ରାଜନୀତି ମଧ୍ୟ ରେ ସେ ରାଜନୀତି ରୁ ଊର୍ଦ୍ଧ୍ଵ ରେ ରହି ସମସ୍ତଙ୍କ ପାଇଁ କାର୍ଯ୍ୟ କରି ଆସୁଥିଲେ ।ପ୍ରବାସୀ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ଜିଲା ପ୍ରଶାସନ ତରଫ ରୁ ପ୍ରଶଂସିତ ହୋଇଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ବ୍ଲକ ଓ ଏନ.ଏ.ସି ରେ ଶୋକ ର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ