ଏନ୍ଏଏମ୍ ସମ୍ମିଳନୀରେ ପାକିସ୍ତାନ- ଭାରତ ମୁହାଁମୁହିଁ, ବର୍ଷିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଏନ୍ଏଏମ୍ ସମ୍ମିଳନୀରେ ଭାରତ ଏବଂ ପାକିସ୍ତାନକୁ ମୁହାଁମୁହିଁ ହେବାର ଆଜି ଦେଖିବାକୁ ମିଳିଛି । ପାକିସ୍ତାନ ୩୭୦ ଧାରା ଉଚ୍ଛେଦକୁ ବେଆଇନ ଏବଂ ଅନୈତିକ କହିଥିବାବେଳେ ଭାରତ କହିଛି ପାକିସ୍ତାନ ଆତଙ୍କବାଦର ଉତ୍ପତିସ୍ଥଳ । ସୂଚନାଯୋଗ୍ୟ ଯେ, ପାକିସ୍ତାନ ଭାରତକୁ ଟାର୍ଗେଟ୍ କରୁଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାକିସ୍ତାନର ନାମ ନେବାରୁ ବିରତ ହୋଇଥାଏ । କିନ୍ତୁ ଏଥର ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏଥିରେ ପରିବର୍ତ୍ତନ ଆଣି ପଡ଼େଶୀ ଦେଶ ପାକିସ୍ତାନକୁ ଆତଙ୍କବାଦର ଉତ୍ପତି କେନ୍ଦ୍ର କହିଛନ୍ତି । ସେ କହିଛନ୍ତି, ଆତଙ୍କବାଦ କେବଳ ଅନ୍ତର୍ଜାତୀୟ ଶାନ୍ତି ବିରୋଧୀ ନୁହେଁ । ଏହା ଏନ୍ଏଏମ୍ ସମ୍ମିଳନୀର ଲକ୍ଷ୍ୟର ମଧ୍ୟ ବିରୋଧୀ । ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭି ଏହା ପୂର୍ବରୁ କହିଥିଲେ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଇବା ନିଷ୍ଠୁର ପଦକ୍ଷେପ । ବର୍ତ୍ତମାନ ଏହାର କୌଣସି ସ୍ଥାନ ନାହିଁ । ସେ କହିଥିଲେ କଶ୍ମିରୀଙ୍କ ସଂଗ୍ରାମ ସହ କୁଆଡ଼େ ଆତଙ୍କବାଦକୁ ଯୋଡ଼ାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ