ଆଉଟସୋରସିଙ୍ଗ କର୍ମଚାରୀମାନଙ୍କର ଜିଲ୍ଲାପାଳ ଅଫିସ ଘେରାଉ ଓ ଧାରଣା

ଫୁଲବାଣୀ, (ସୁନିଲ କୁମାର ବେହେରା):ଆଜି ଆଉଟ ସୋରସିଙ୍ଗ କର୍ମଚାରୀ ମାନଙ୍କର ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ରାଲି ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ହଜାର ଉର୍ଦ୍ଧ୍ବ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା l ସମସ୍ତ ଆଉଟ ସୋରସିଂ କର୍ମଚାରୀଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ ନାରାବାଜି କରିଥିଲେ l ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଦଶ ଦଫା ଦାବିପତ୍ର ପ୍ରଦାନ କରିଥିଲେ l ଦାବୀ ଗୁଡ଼ିକ ହେଲା ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ନିୟମିତକରଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ, ଚାକିରି ସୁରକ୍ଷା ଏବଂ ବିଭାଗ କାର୍ଯ୍ୟାଳୟ ଦ୍ୱାରା ସିଧାସଳଖ ଦରମା ପ୍ରଦାନ କରାଯିବା, ଗ୍ରୁପ୍ “ବି” ପାଇଁ ମାସକୁ ୪୦,୦୦୦/ – ଟଙ୍କା, ଗ୍ରୁପ୍ “ସି” ପାଇଁ ମାସକୁ ୩୦,୦୦୦ / – ବୃଦ୍ଧି ଏବଂ ଗ୍ରୁପ୍ “ଡି” କର୍ମଚାରୀଙ୍କ ପାଇଁ ବର୍ତ୍ତମାନର ବଜାର ମୂଲ୍ୟକୁ ବିଚାର କରି ମାସିକ୨୧,୦୦୦ /-, ଦରମା ପ୍ରଦାନ କରିବା, ଆଉଟସୋର୍ସ କର୍ମଚାରୀଙ୍କ ଭିଡିଓ FD ଅର୍ଡର ନମ୍ବରକୁ ଅନୁମତି ଅନୁଯାୟୀ ୨୫% ପାରିଶ୍ରମିକର ବୃଦ୍ଧି, ଯେଉଁ କର୍ମଚାରୀମାନେ ୬ ବର୍ଷରୁ ଅଧିକ ସେବା ଯୋଗାଇ ଦେଇଛନ୍ତି ସେମାନେ କୌଣସି ଦୁର୍ଘଟଣା ହେତୁ ଅକ୍ଷମ ହୋଇଯାଆନ୍ତି, ସରକାରୀ କର୍ମଚାରୀଙ୍କ ପରି ବୀମା ରାଶି ପ୍ରଦାନ କରାଯିବ l ତା ସହିତ ତାଙ୍କର ଜଣେ ଆଇନଗତ ଉତ୍ତରାଧିକାରୀ ଙ୍କୁ ମାନବିକତା ଦୃଷ୍ଟିରୁ ଆଉଟସୋର୍ସ / ଦୈନିକ ମଜୁରୀ / ସ୍କିମ୍ ଆଧାର ଭାବରେ ଯୋଗଦାନ ପ୍ରଦାନ କରାଯିବ l ମହିଳା କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କ ଯୋଗଦାନ ଅବଧିରେ 2 ଗୁଣ ମାତୃତ୍ୱ ଛୁଟି ଅନୁମତି ଦିଆଯିବ ଉଚିତ ବୋଲି ଦାବୀ ଗୁଡିକ ରଖିଛନ୍ତି lଉକ୍ତ ଧାରଣାରେ ଜାଗ୍ରତ କନ୍ଧମାଳ ଓଡ଼ିଶାର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ଆଉଟସୋରସିଂ କର୍ମଚାରୀଙ୍କ ଦାବୀ ନ୍ୟାୟ ସଂଗତ ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବୀ ଗ୍ରହଣ କରି ସ୍ଥାୟୀ ନିଯୁକ୍ତି ଦିଆଯିବା ଉଚିତ ବୋଲି ପୂର୍ଣ୍ଣ ସମର୍ଥନ କରିଥିବା ଗଣମାଧ୍ଯମ ଆଗରେ ପ୍ରକାଶ କରିଥିଲେ l ଏହି ଧାରଣାରେସଂଗଠନର ସଭାନେତ୍ରୀ ବିଜୟ ଲକ୍ଷ୍ମୀ ପଣ୍ଡା,ଉପ ସଭାପତି ସତ୍ୟ ନାରାୟଣ ପଣ୍ଡା,ସମ୍ପାଦକ ଜିତେନ୍ଦ୍ର ମାର୍ଥାଙ୍କ ସମେତ ସଂଗଠନର ସମସ୍ତ୍ ସଦସ୍ୟ ଓ ହଜାରରୁ ଉର୍ଦ୍ଧ୍ବ ଆଉଟ ସୋରସିଂ କର୍ମଚାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ