ଆଉ ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ । ଦୁଇ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କୁ ୫୧ ବର୍ଷ ଏବଂ ଆଉ ଜଣଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲା । ଏହି କ୍ରମରେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ