ସଂସଦ ରେ ରେଳ ବିଭାଗ ସମ୍ପର୍କିତ ଜିଲ୍ଲାର ହକ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସଂସଦ ରେ ରେଳ ବିଭାଗ ସମ୍ପର୍କିତ ଜିଲ୍ଲାର ହକ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ। ହାଓଡା – ବଡବିଲ ଜନ ଶତାବ୍ଦୀ ଏକ୍ସପ୍ରେସକୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବର୍ତମାନ ସଂଯୋଗ ନ ଥିବା କାରଣକୁ ଲୋକ ମାନେ ହଇରାଣ ହେଉଛନ୍ତି । ତେଣୁ ଏହି ଟ୍ରେନକୁ କେନ୍ଦୁଝର ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଉ । ପୁରୀ- ବଡବିଲ ଟ୍ରେନକୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଏକ୍ସପ୍ରେସ ଭାବେ ନାମିତ କରାଯାଉ । ପୁରୀ – ବଡବିଲ ଏକ୍ସପ୍ରେସରେ ଏସି କୋଚ ସଂଖ୍ୟା ବୃଦ୍ଧି କରାଯାଉ । କେନ୍ଦୁଝର ରୁ ଧାମରା ବନ୍ଦର କୁ ହେଉଥିବା ଖଣିଜ ପରିବହନ ସିଧା ସଳଖ ଆନନ୍ଦପୁର ଦେଇ ସଂଯୋଗ କରିବା ସହିତ ମା ତାରିଣୀ ମନ୍ଦିର ଘଟଗାଁ କୁ ରେଳ ସଂଯୋଗ କରିବା ଓ ରାଇସୁଆଁ ଠାରେ ଷ୍ଟେସନ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଅନନ୍ତ ନାୟକ। କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଜିଲ୍ଲାରେ ରେଳ ସଂଯୋଗୀ କରଣ ସହିତ ଆଧୁନିକରଣ ତଥା ନୂତନ ଟ୍ରେନ ମିଳିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ