ଚାରିଛକ ମହିଳା କଲେଜର ପରିଚାଳନା କମିଟି ଗଠନ ଦାବି

ନିମାପଡା ( ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ଠାରେ ଥିବା ନିଗମାନନ୍ଦ ମହିଳା କଲେଜ ରେ ପରିଚାଳନା କମିଟି ନଥିବାରୁ କଲେଜ ର ପ୍ରଶାସନିକ ଓ ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ l ନିମାପଡା ନିର୍ବାଚନମଣ୍ଡଳୀ ର ଏହି ଦ୍ୱିତୀୟ ବୃହତ ମହାବିଦ୍ୟାଳୟ ରେ ହଜାର ରୁ ଉର୍ଦ୍ଧ ଛାତ୍ରୀ ପାଠ ପଢ଼ୁଥିବାବେଳେ ଚଳିତବର୍ଷ ସରକାର +2 ଶ୍ରେଣୀ ରେ ସିଟ ସଂଖ୍ୟା ବୃଦ୍ଧି କରିଛନ୍ତି l ଏଠାରେ ଛାତ୍ରୀମାନେ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ରେ ପାଠ ପଢି ପାରୁଛନ୍ତି l କଲେଜ ରେ ପରିଚାଳନା କମିଟି ନଥିବାରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିବା ବେଳେ ନିମାପଡା ବ୍ଲକ ପକ୍ଷରୁ କରାଯାଉଥିବା ଛାତ୍ରୀନିବାସ ଗୃହ କାର୍ଯ୍ୟ ର ତଦାରଖ କରାଯାଇ ପାରୁନାହିଁ l ତୁରନ୍ତ କଲେଜ ରେ ନୂତନ ପରିଚାଳନା କମିଟି ଗଠନ କରିବା ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ନିକଟରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି ଓ ଅବିଭାବକ ମାନେ ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ